Top Stories

Search here...

News

ଅରୁଣାଚଳ ପ୍ରଦେଶରେ ନିଖୋଜ ଯୁବକଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କଲା ଚୀନ ଆର୍ମି

Posted On - 8 minutes ago
Edited By Prabir Kumar
LAST UPDATED Jan 27, 2022 07:32 PM

କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଟ୍ୱିଟ କରି ଲେଖିଛନ୍ତି,   ଯୁବକ ଜଣଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କରିଛି ପିଏଲଏ । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଅନ୍ୟ ପ୍ରକ୍ରୀୟା ଜାରି ରହିଥିବା ନେଇ ସୂଚନା ମିଳିଛି ।

 

BBSR Reporters


ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ନିଖୋଜ ହୋଇଥିବା ଯୁବକଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କଲା ପିପୁଲ୍ସ ଲିବରେସନ ଆର୍ମି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ଗତ ୧୮ତାରିଖରେ ଅରୁଣାଚଳ ପ୍ରଦେଶ ୧୯ବର୍ଷୀୟ ମିରାମ ତାରୋନ ନିଖୋଜ ହୋଇଯାଇଥିଲେ । ଭାରତ-ଚୀନ୍ ସୀମା ଏଲଏସି ନିକଟରୁ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ ।

 

କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଟ୍ୱିଟ କରି ଲେଖିଛନ୍ତି,   ଯୁବକ ଜଣଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କରିଛି ପିଏଲଏ । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଅନ୍ୟ ପ୍ରକ୍ରୀୟା ଜାରି ରହିଥିବା ନେଇ ସୂଚନା ମିଳିଛି । ଗତ ୧୮ତାରିଖରେ ଭାରତ ଚୀନ୍ ସୀମା ଅରୁଣାଚଳ ପ୍ରଦେଶର ସିୟାଙ୍ଗ ଜିଲ୍ଲାର ଜିଦୋ ଗାଁରୁ ନିଖୋଜ ହୋଇଯାଇଥିଲେ ୧୯ବର୍ଷୀୟ ମିରାମ ତାରୋନ ।
 

Related News
satta king tw