Top Stories

Search here...

News

ଆପାର୍ଟମେଣ୍ଟରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରୁପ୍ପାଙ୍କ ନାତୁଣିଙ୍କ ମୃତଦେହ ଉଦ୍ଧାର

Posted On - 9 minutes ago
Edited By Prabir Kumar
LAST UPDATED Jan 29, 2022 09:53 AM

ୟେଦୁରୁପ୍ପାଙ୍କ ନାତୁଣି ସୌନ୍ଦର୍ଯ୍ୟା ଜଣେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ ।  ୨ ବର୍ଷ ତଳେ ସେ ଡାକ୍ତର ନୀରଜଙ୍କୁ ବିବାହ କରିଥିଲେ  । 

 

BBSR Reporters


ଭୁବନେଶ୍ୱର: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରୁପ୍ପାଙ୍କ ନାତୁଣିଙ୍କ ମୃତଦେହ ବାଙ୍ଗାଲୋରସ୍ଥିିତ ବାସଭବନରୁ ଉଦ୍ଧାର କରାଯାଇଛି । ଆପାର୍ଟମେଂଟର ଏକ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ୩୦ ବର୍ଷିର୍ ନାତୁଣି ସୌନ୍ଦର୍ଯ୍ୟା ନୀରଜ ଆତ୍ମହତ୍ୟା କରିଥିବା ସନେ୍ଦହ କରାଯାଉଛି । ପୋଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

 

ଗତକାଲି ସକାଳ ୧୦ ଟା ବେଳେ ତାଙ୍କ ସ୍ୱାମୀ ଡାକ୍ତର ନିରଜ କବାଟ ବାଡେଇଥିଲେ ମଧ୍ୟ ଭିତରୁ କେହି କବାଟ ଖୋଲିନଥିଲେ । ଶେଷରେ କବାଟ ଭାଙ୍ଗି ଦେଖିବାରୁ ସୌନ୍ଦର୍ଯ୍ୟ ତାଙ୍କ ଶୋଇବା ଘରେ ଫ୍ୟାନରେ ରଶି ଲଗାଇ ଝୁଲିପଡିଥିଲେ । ସୌନ୍ଦର୍ଯ୍ୟା ଜଣେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ ।  ୨ ବର୍ଷ ତଳେ ସେ ଡାକ୍ତର ନୀରଜଙ୍କୁ ବିବାହ କରିଥିଲେ  । ସେ ୟେଦୁରୁପ୍ପାଙ୍କ ବଡ ଝିଅ ପଦ୍ମାଙ୍କ ଝିଅ । ଏପଟେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମୃତୁ୍ୟର କାରଣ ଖୋଜିବା ଆରମ୍ଭ କରିଦେଇଛି । ତେବେ ଏନେଇ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

Related News
satta king tw