Top Stories

Search here...

News

ଏସସିବିରୁ ଘରକୁ ଫେରିଲେ ପୁରୀ ଦୁଷ୍କର୍ମ ପୀଡିତା 

Posted On - 4 hours ago
Edited By Team BbsrReporters
LAST UPDATED Jan 26, 2022 11:11 PM

ଦୁଇ ଦିନ ତଳେ ଜଣେ ବ୍ୟକ୍ତି ପୀଡ଼ିତାଙ୍କୁ ଛାତ ଉପରକୁ ନେଇ ଦୁଷ୍କର୍ମ କରିବା ପରେ ଫେରାର ହୋଇଯାଇଥିଲା ।

 

BBSR Reporters


କଟକ: ଏସସିବିରୁ ଘରକୁ ଫେରିଲେ ପୁରୀ ଦୁଷ୍କର୍ମ ପୀଡିତା ନାବାଳିକା । ବିଜେପି ପ୍ରତିନିଧୀ ଦଳ ପୀଡିତାଙ୍କୁ ସାକ୍ଷାତ କରିବାକୁ ଏସସିବିରେ ପହଂଚିଲା ବେଳକୁ ନାବାଳିକା ସୁସ୍ଥ ହୋଇ ଘରକୁ ଫେରି ସାରିଥିଲେ, ଯାହାଫଳରେ ନିରାଶ ହୋଇ ଫେରିଛନ୍ତି ବିଜେପିର ଟିମ୍ । ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଦଳ । ସେପଟେ ଚିକିତ୍ସିତ ହେଉଥିବା ଦୁଷ୍କର୍ମ ପୀଡିତାଙ୍କ ଅବସ୍ଥା ସୁସ୍ଥ ଥିବାରୁ ତାଙ୍କୁ ଘରକୁ ପଠାଇଦିଆଯାଇଥିବା କହିଛନ୍ତି ଏସସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ ।

 

ବିଜେପିର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିବା ପାଇଁ ଏସସିବି ପହଂଚିଥିଲା, ହେଲେ ସେତେବେଳକୁ ନାବାଳିକା ଡିସ୍ଚାର୍ଜ ହୋଇ ଘରକୁ ଚାଲିଯାଇଥିଲେ । ଫଳରେ ବିଜେପି ଟିମ୍ ପରିବାରକୁ ସାକ୍ଷାତ କରିନପାରି ଏସସିବି ଅଧୀକ୍ଷକଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ଜାଣିବାକୁ ପାଇଥିଲେ । ମାତ୍ର ସନ୍ତୋଷ ଜନକ ଉତର ପାଇନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛି ଦଳ ।

 

ଦୁଇ ଦିନ ତଳେ ଜଣେ ବ୍ୟକ୍ତି ପୀଡ଼ିତାଙ୍କୁ ଛାତ ଉପରକୁ ନେଇ ଦୁଷ୍କର୍ମ କରିବା ପରେ ଫେରାର ହୋଇଯାଇଥିଲା । ପୋଲିସ ୪ ଟି ଟିମ ଗଠନ କରି ତଦନ୍ତ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କର ପତା ମିଳିପାରି ନାହିଁ ।
 

Related News
satta king tw