Top Stories

Search here...

News

କନିକା ରାଜପରିବାରରେ ବିଭତ୍ସ ହତ୍ୟାକଣ୍ଡ; ମା’କୁ କଟୁରୀରେ ହାଣି ହତ୍ୟା କଲା ପୁଅ

Posted On - 6 minutes ago
Edited By Team BbsrReporters
LAST UPDATED Jan 26, 2022 06:20 PM

କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଭଞ୍ଜଦେଓଙ୍କୁ ହତ୍ୟା କରିଛି ତାଙ୍କ ପୁଅ ଗୋପାଳ ଭଞ୍ଜଦେଓ ।

 

BBSR Reporters


କଟକ: କନିକା ରାଜପରିବାରରେ ବିଭତ୍ସ ହତ୍ୟାକଣ୍ଡ । କଟକ କନିକା ଛକସ୍ଥିତ ଶ୍ରୀବିହାର କଲୋନିରେ ରହୁଥିବା ରାଜପରିବାରରେ ମାଆକୁ ହତ୍ୟା କରିଛି ପୁଅ । କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଭଞ୍ଜଦେଓଙ୍କୁ ହତ୍ୟା କରିଛି ତାଙ୍କ ପୁଅ ଗୋପାଳ ଭଞ୍ଜଦେଓ । ୭୫ ବର୍ଷୀୟ ମାଆଙ୍କୁ କଟୁରୀରେ ହାଣି ହତ୍ୟା କରିଛି ପୁଅ ।

 

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗୋପାଳଙ୍କ ମାନସିକ ଅବସ୍ଥା ଠିକ ନଥିଲା ଏବଂ ସବୁବେଳେ ମାଆଙ୍କ ସହ ଝଗଡା ଲାଗିରହୁଥିଲା । ଆଜି ସକାଳେ ଘରର ଉପର ମହଲାରେ ମାଆ-ପୁଅଙ୍କ ଭିତରେ ପ୍ରବଳ ଝଗଡା ଲାଗିଥିଲା । ଫଳରେ ଉତ୍ୟକ୍ତ ପୁଅ ଅତି ବିଭତ୍ସ ଭାବେ ମାଆଙ୍କୁ ହାଣି ହତ୍ୟା କରିଥିଲା । ପାଟିତୁଣ୍ଡ ଶୁଣି ପରେଶ କୁମାରୀଙ୍କ ଝିଅ ପୋଲିସକୁ ଖବର ଦେଇଥିଲେ ।

 

ମାଆକୁ ହତ୍ୟା କରି ପୁଅ ଫେରାର ହୋଇ ଯାଉଥିବାବେଳେ କାବୁ କରିଛି ବିଡାନାସି ପୋଲିସ । ତାଙ୍କୁ ଅଟକ ରଖି ପଚରା ଉଚରା ଚଳାଇଥିବାବେଳେ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରି ସାଇଂଟିଫିକ ଟିମ୍ । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ଏସସିବି ମେଡିକାଲକୁ ପଠା ଯାଇଛି ।  
 

Related News
satta king tw