Top Stories

Search here...

News

ପଶ୍ଚିମବଙ୍ଗ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଲଢ଼େଇ

Posted On - 8 minutes ago
Edited By Team BbsrReporters
LAST UPDATED Jan 31, 2022 06:52 PM

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। 

 

BBSR Reporters

 

 

କୋଲକାତା: ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ପଶ୍ଚିମବଙ୍ଗ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଲଢ଼େଇ ଘନେଇବାରେ ଲାଗିଛି। ଉଭୟଙ୍କ ମଧ୍ୟରେ କଳହ ବ୍ୟକ୍ତିଗତ ସ୍ତରକୁ ଯାଇଛି। ଦିନକୁ ଦିନ ତୀବ୍ର ରୂପ ନେଉଛି ବିବାଦ। ଏଥିସହ ସେ ରାଜ୍ୟପାଳଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିଦେଇଛନ୍ତି ବୋଲି ମମତା କହିଛନ୍ତି । ମମତା ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ରାଜ୍ୟପାଳ ତାଙ୍କ ଫୋନକୁ ଟ୍ୟାପିଂ କରୁଛନ୍ତି। ଏମିତିକି ରାଜ୍ୟ ଅଧିକାରୀଙ୍କୁ ରାଜ୍ୟପାଳ ଧମକ ଦେଉଥିବା ମମତା ଅଭିଯୋଗ ଆଣିଛନ୍ତି।

 

ଏ ସମ୍ପର୍କରେ ମୁଁ ଅନେକଥର ପ୍ରଧାନମନ୍ତ୍ରୀଙ୍କୁ ଚିଲି ଲେଖିଛି। ରାଜ୍ୟପାଳ କୌଣସି କଥା ଶୁଣୁ ନଥିବା ଏବଂ ଓଲଟି ସମସ୍ତଙ୍କୁ ଧମକାଉଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।  ଆମେ ଗତ ବର୍ଷେ ହେଲା ହଇରାଣ ହେଉଛେ। ରାଜ୍ୟପାଳ ଅନେକ ଫାଇଲ କ୍ଲିଅର କରୁ ନାହାନ୍ତି। ସେ ସବୁ ଫାଇଲକୁ ପକାଇ ରଖୁଛନ୍ତି। ତେଣୁ ସେ କେମିତି ପଲିସି ନିଷ୍ପତ୍ତି ଉପରେ କହିପାରୁଛନ୍ତି ବୋଲି ମମତା ପ୍ରଶ୍ନ କରିଛନ୍ତି। ଏହି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କୁ ୪ ଥର ଚିଠି ଲେଖିଲେଣି ବୋଲି ମମତା କହିଛନ୍ତି ।

 

ସେହିପରି ତାଙ୍କ ଫୋନ୍‌ ଟ୍ୟାପିଂ ପାଇଁ ସେ ରାଜ୍ୟପାଳଙ୍କୁ ଦାୟୀ କରିଛନ୍ତି। ରାଜ୍ୟପାଳ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କୁ ଧମକାଉଛନ୍ତି ବୋଲି ମମତା ଅଭିଯୋଗ ଆଣିଛନ୍ତି। କାହିଁକି ପ୍ରଧାନମନ୍ତ୍ରୀ ତାଙ୍କୁ ହଟାଉ ନାହାନ୍ତି। ରାଜ୍ୟପାଳ ହାଉସରୁ ପେଗାସସ୍‌ ଚାଲୁଛି ବୋଲି ମମତା ଅଭିଯୋଗ ଆଣିଛନ୍ତି। ପ୍ରତିଦିନ ସକାଳେ ରାଜ୍ୟପାଳ  ଟ୍ୱିଟ୍ କରି ମୋତେ ଆକ୍ରମଣ କରୁଛନ୍ତି। ଏଠି ସେ କେବଳ ମହାନ ଆଉ ଆମେ ଦାଦନ ଶ୍ରମିକ। ମୁଁ ଏହି ମାନସିକତାକୁ ଗ୍ରହଣ କରିପାରୁ ନାହିଁ। ତେଣୁ ମୁଁ ତାଙ୍କୁ ଆଜି ଟ୍ୱିଟରରେ ବ୍ଲକ କରିଦେଇଛି ବୋଲି ମମତା କହିଛନ୍ତି । ମମତାଙ୍କ ଅଭିଯୋଗ ପରେ ରାଜ୍ୟପାଳ ଜଗଦୀପ ଟ୍ୱିଟ୍‌ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ଧାରା ୧୫୯ରେ ରାଜ୍ୟପାଳଙ୍କ କ୍ଷମତା କ’ଣ ରହିଛି ତାର ଏକ ସ୍କ୍ରିନ୍‌ ସଟ୍‌ ଟ୍ୱିଟରରେ ସେୟାର କରିଛନ୍ତି ରାଜ୍ୟପାଳ।

Related News
satta king tw