Top Stories

Search here...

News

ଘର କାମ ନକରିବାରୁ ୭ ବର୍ଷର ଝିଅକୁ ନିର୍ଯାତନା

Posted On - 10 minutes ago
Edited By Team BbsrReporters
LAST UPDATED Feb 06, 2022 07:40 PM

୭ ବର୍ଷର ଝିଅକୁ ଗରମ ପାଣି ଛାଟିଲେ ଘର ମାଲିକାଣୀ l

 

BBSR Reporters

 

ହାଇଦ୍ରାବାଦ:ଘର କାମ ନକରିବାରୁ ୭ ବର୍ଷର ଝିଅକୁ ନିର୍ଯାତନା। ଘର କାମ ନକରିବାରୁ  ତାକୁ ଏଭଳି ନିର୍ଯାତନାର ଶିକାର ହେବାକୁ ପଡ଼ିଛି। ୭ ବର୍ଷର ଝିଅକୁ ଗରମ ପାଣି ଛାଟିଲେ ଘର ମାଲିକାଣୀ l ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଏହି ଘଟଣା ଘଟିଛି।  ଝିଅଟିର ବାପା କିଛି ଦିନ ପୂର୍ବେ ପ୍ରାଣ ହରାଇଥିବା ବେଳେ ତାଙ୍କ ମା’ କୁଏତରେ ରୁହନ୍ତି। ଝିଅଟି ତାଙ୍କ ମାଙ୍କ ସାଙ୍ଗଙ୍କ ଘରେ ରୁହନ୍ତି ।

 

ତେବେ ସେ ଅନେକ ସମୟରେ ଛୋଟ ଝିଅଟିକୁ ଯାବତୀୟ ନିର୍ଯାତନା ଦିଅନ୍ତି। ତାଙ୍କୁ ବିଭିନ୍ନ କାମରେ ଲାଗାଇ ଶୋଷଣ କରନ୍ତି। ତେବେ ସେ କାମ ନକରିବାରୁ ରାଗରେ ମହିଳା ଜଣକ ତାଙ୍କ ଉପରକୁ ଗରମ ପାଣି ଫିଙ୍ଗିଥିଲେ। ଏଥିରେ ତାଙ୍କର ଶରୀରୀର ଅଧିକାଂଶ ଅଂଶ ପୋଡ଼ି ଯାଇଛି। ପୁଲିସ ତାଙ୍କୁ ଉଦ୍ଧାର କରି ନିକଟବର୍ତ୍ତୀ ହସପିଟାଲରେ ଭର୍ତ୍ତି କରିଛି । ଗରମ ପାଣି ଫିଙ୍ଗିଥିବାରୁ ମହିଳାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ମହିଳାଙ୍କ କହିବା ଅନୁଯାୟୀ, ଝିଅଟି ତାଙ୍କ ଘରୁ ଅନେକ ସମୟରେ ଚୋରି କରୁଥିଲା। ତେଣୁ ତାଙ୍କୁ ମୁଁ ପିଟିଲି ବୋଲି ସେ କହିଛନ୍ତି।

 

Related News
satta king tw