Top Stories

Search here...

News

ରାଜଧାନୀରେ ଯୁବକଙ୍କୁ ଅପହରଣ କରି ୩୦ ଲକ୍ଷ ଟଙ୍କା ଦାବି କଲେ ଅପହରଣକାରୀ

Posted On - 10 minutes ago
Edited By Team BbsrReporters
LAST UPDATED Feb 02, 2022 03:47 PM

ଗତକାଲି ରାଜଧାନୀର ବ୍ୟସ୍ତବହୁଳ ଲକ୍ଷ୍ମୀସାଗର ଅଞ୍ଚଳର ଏକ ଚା’ ଦୋକାନରୁ ବନ୍ଧୁକ ମୁନରେ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିଲା।


 

BBSR Reporters

 

ଭୁବନେଶ୍ୱର:  ରାଜଧାନୀରେ ଯୁବକଙ୍କୁ ଅପହରଣ କରି ୩୦ ଲକ୍ଷ ଟଙ୍କା ଦାବି କଲେ ଅପହରଣକାରୀ । ଗତକାଲି ରାଜଧାନୀର ବ୍ୟସ୍ତବହୁଳ ଲକ୍ଷ୍ମୀସାଗର ଅଞ୍ଚଳର ଏକ ଚା’ ଦୋକାନରୁ ବନ୍ଧୁକ ମୁନରେ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିଲା। ପୁଲିସ୍‌ର ତତ୍ପରତା ହେତୁ ଅପହୃତ ଯୁବକ ଉଦ୍ଧାର ହୋଇଥିବା ବେଳେ ୫ ଯୁବକଙ୍କୁ ଅଟକ ରଖିଛି ପୁଲିସ୍‌। ଅପହରଣର ଶିକାର ହୋଇଥିବା ଯୁବକହେଲେ ଇଶାନ ଅଗ୍ରୱାଲ । ଅପହରଣକାରୀମାନେ ଯୁବକଙ୍କୁ ମୁକ୍ତ କରିବାକୁ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ।  

 

ଇଶାନଙ୍କ ଅପହରଣ ନେଇ ତାଙ୍କ ବାପା ଗତକାଲି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ସ୍ପେଶାଲ ସ୍କ୍ୱାର୍ଡ ସାହାଯ୍ୟରେ ପୁଲିସ୍‌ ରାତି ତମାମ ଖୋଜାଖୋଜି କରିବା ସହ ଫୋନ୍‌କୁ ଟ୍ରାକ୍‌ କରିଥିଲେ। ଏହାପରେ ପୁଲିସ୍‌ ଟିମ୍‌ ଚଢ଼ାଉ କରି ଇଶାନଙ୍କୁ ଉଦ୍ଧାର କରିଛି। ଏଥିସହ ଅପହରଣ  ଅଭିଯୋଗରେ ପୁଲିସ୍‌  ୫ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

 

ସୂଚନା ଅନୁଯାୟୀ, ଇଶାନ ଜଣେ ବିବିଏ ଛାତ୍ର ହୋଇଥିବା ବେଳେ ତାଙ୍କ ବାପା ଜଣେ ବ୍ୟବସାୟୀ। ଇଶାନ ପରିବାର ସହ ଲକ୍ଷ୍ମୀସାଗର ଅଞ୍ଚଳରେ ରହୁନ୍ତି। ସେ ସବୁଦିନ ଘର ପାଖ ଚା’ ଦୋକାନକୁ ଯାଉଥିବା ବେଳେ ଅପହରଣକାରୀମାନେ ତାଙ୍କୁ କିଛି ଦିନ ଫଲୋ କରିଥିଲେ। ଏହାପରେ ଅପହରଣର ନାଟକ ରଚିଥିଲେ। ଏହାପରେ ଗତକାଲି ବନ୍ଧୁକ ମୁନରେ ତାଙ୍କୁ ଉକ୍ତ ଚା’ ଦୋକାନରୁ ଅପହରଣକାରୀମାନେ ଇଶାନଙ୍କୁ ଏକ ଅଜ୍ଞାନ ସ୍ଥାନକୁ ଟେକି ନେଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରି ମଧ୍ୟ ପୁଅର ସନ୍ଧାନ ପାଇ ନ ଥିଲେ। ଏହାପରେ ତାଙ୍କ ବେକରେ ଛୁରି ଲଗାଇ କିଛି ଫଟୋ ପରିବାର ଲୋକଙ୍କ ପାଖକୁ ଛାଡ଼ିଥିଲେ। ଏପରିକି ପୁଅକୁ ମୁକୁଳାଇବାକୁ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ।

 

Related News
satta king tw