Top Stories

Search here...

News

ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର; ଜୈସ୍ ଇ ମହମ୍ମଦ କମାଣ୍ଡାର ଯାହିଦ ୱାନିଙ୍କ ୫ ମୃତ

Posted On - 7 minutes ago
Edited By Prabir Kumar
LAST UPDATED Jan 30, 2022 04:47 PM

ଜାମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ କହିଛନ୍ତି ଯାହିଦ ୱାନିଙ୍କୁ ବହୁ ଦିନ ହେବ ଆମେ ଖୋଜୁଥିଲୁ । ଗତକାଲି ରାତିରେ ଯାହିଦ ସମ୍ପର୍କାୀ ସୁଚନା ମିିଳିବା ପରେ ଅପରେସନ ଆରମ୍ଭ କରାଯାଇଥିଲା

 

BBSR Reporers


ଜାମ୍ମୁ କାଶ୍ମୀରରେ ପୋଲିସ ଏବଂ ସୁରକ୍ଷା ବାହିନୀଙ୍କ ମିଳିତ ଏନକାଂଉଟରରେ ଆଜି ଜୈସ୍ ଇ ମହମ୍ମଦ କମାଣ୍ଡାର ଏବଂ ଜଣେ ପାକିସ୍ଥାନୀ ଆତଙ୍କବାଦୀଙ୍କ ସହ ୫ ଜଣଙ୍କର ମୃତୁ୍ୟ ହୋଇଛି ।  ଗତ ୧୨ ଘଂଟାରେ ଜାମ୍ମୁ କାଶ୍ମୀର ଜାମ୍ମୁ କାଶ୍ମୀର ପୁଲୱାମା ଏବଂ ବୁଡଗମ ଜିଲ୍ଳାରେ ଦୁଇଟି ପୃଥକ ଏନକାଂଉଟରରେ ଆତଙ୍କବାଦୀଙ୍କର ମୃତୁ୍ୟ ହୋଇଛି । ଆତଙ୍କବାଦୀମାନେ ଜୈସ୍ ଇ ମହମ୍ମଦ ଏବଂ ଲସ୍କରୀ ଇ ତଇବା ସହ କାର୍ଯ୍ୟ କରୁଥିଲେ ।

 

ଜୈସ୍ ଇ ମହମ୍ମଦର କମାଣ୍ଡର ଆତଙ୍କବାଦୀ ଯାହିଦ ୱାନିଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟମାନଙ୍କର ପରିଚୟ ଠାବ କରାଯାଉଛି  । ଜାମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ କହିଛନ୍ତି ଯାହିଦ ୱାନିଙ୍କୁ ବହୁ ଦିନ ହେବ ଆମେ ଖୋଜୁଥିଲୁ । ଗତକାଲି ରାତିରେ ଯାହିଦ ସମ୍ପର୍କାୀ ସୁଚନା ମିିଳିବା ପରେ ଅପରେସନ ଆରମ୍ଭ କରାଯାଇଥିଲା ବୋଲି ସେ କହିଛନ୍ତିି । ଏହା ଆମ ପାଇଁ ବଡ ସଫଳତା ବୋଲି କାଶ୍ମର ଆଇଜି ଟୁଇଟ୍ କରି ସୂଚନା ଦେଇଛନ୍ତି ।

 

ପୋଲିସ ସୂଚନା ମୁତାବକ ପୁଲୱାମାର ନଇରା ଅଂଚଳରେ  ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିୟମରେ ୪ ଜଣ ଆତଙ୍କବାଦୀଙ୍କ ମୃତୁ୍ୟ ହୋଇଥିଲା । ସେହିପରି ବୁଡଗଭ ଜିଲ୍ଲାରେ ଏକ ଏନକାଉଂଟରରେ ଜଣେ ଆତଙ୍କବାଦୀଙ୍କ ମୃତୁ୍ୟ ହୋଇଛି । ଘଟଣା ସ୍ଥଳରୁ ଏକ ୫୬ ରାଇଫଲ ସହ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି । ଏବେବି ସ୍ଥାନୀୟ ଅଂଚଳର ସର୍ଚ୍ଚ ଅପରେସନ ଚାଲିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିିଳିଛି । ସେହିପରି ପୁଞ୍ଝ ଜିଲ୍ଲାରୁ ୨୦୦  ବୋମା ଜବତ କରି ଏହାକୁ ନିଷ୍କ୍ରିୟ କରିଛି ଆର୍ମିର ବୋମା ନିଷ୍କ୍ରିୟକାରୀ ଦଳ ।
 

Related News
satta king tw