Top Stories

Search here...

News

ଚାକିରିରୁ ବିଦା ହେଲେ ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାର

Posted On - 6 minutes ago
Edited By Team BbsrReporters
LAST UPDATED Feb 02, 2022 03:22 PM

ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବାରୁ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।

 

BBSR Reporters

 

ଭୁବନେଶ୍ୱର: ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବାରୁ ରାଜ୍ୟ ସରକାର ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।  ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୧ମସିହାରେ ବିନୋଦ କୁମାର ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ବେଳେ କୋଟି କୋଟି ଟଙ୍କାର ଘୋଟାଲା କରିଥିଲେ। ଉକ୍ତ ସମୟରେ ମହାବାତ୍ୟା ହୋଇଥିବା ବେଳେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ଦେଖାଇ ସେ ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଂଜୁର କରିଥିଲେ।  ଏଥିଯୋଗୁ ରାଜ୍ୟ ସରକାରଙ୍କର ବହୁ ଟଙ୍କା କ୍ଷତି ହୋଇଥିଲା।

 

 

ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ବରଖାସ୍ତ ନେଇ ରାଜ୍ୟ ସରକାରଙ୍କ ସୁପାରିସକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି l  ଏନେଇ ଖୋଳତାଡ଼ ହେବା ପରେ ବିନୋଦଙ୍କ ବିରୋଧରେ ରାଜ୍ୟ ସରକାର ୨୭ଟି ଭିଜିଲାନ୍ସ କେସ୍ କରିଥିଲେ। ତା ଭିତରୁ ୨ଟିରେ ୨୦୧୮ ମସିହାରେ ବିନୋଦ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Related News
satta king tw