Top Stories

Search here...

News

ନାଲକୋ, ଏଜି ଭଳି ସରକାରୀ ସଂସ୍ଥାରେ ଚାକିରି ଦେବାକୁ  କହି ୭ ଲକ୍ଷ ଠକେଇ

Posted On - 7 minutes ago
Edited By Prabir Kumar
LAST UPDATED Feb 05, 2022 07:19 PM

ଏପରିକି ଚାକିରି ପାଇବାକୁ ହେଲେ ଶାରୀରିକ ସମ୍ପର୍କ ରଖିବାକୁ ପଡିବ ବୋଲି କନସଲଟାନ୍ସି ସଂସ୍ଥାର କର୍ମଚାରୀ ଯୁବତୀଙ୍କୁ କହିଥିବା ଅଭିଯୋଗ ହୋଇଛି । 

 

BBSR Reporters


ଭୁବନେଶ୍ୱର:  ନାଲକୋ ଏବଂ ଏଜି ଭଳି ସରକାରୀ ସଂସ୍ଥାରେ ଚାକିରି ଦେବାର ଲୋଭ ଦେଖାଇ ଲୁଟିନେଲେ ଟଙ୍କା । କେତେକ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରାୟ ୭ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱରରେ ଥିବା ଏକ କନସଲଟାନ୍ସି ସଂସ୍ଥା ନକଲି ନିଯୁକ୍ତିପତ୍ର ଦେଇ ଏଭଳି ଠକେଇ କରିଥିବା କହିଛନ୍ତି ଅଭିଯୋଗକାରି ।

 

ଏପରିକି ଚାକିରି ପାଇବାକୁ ହେଲେ ଶାରୀରିକ ସମ୍ପର୍କ ରଖିବାକୁ ପଡିବ ବୋଲି କନସଲଟାନ୍ସି ସଂସ୍ଥାର କର୍ମଚାରୀ ଯୁବତୀଙ୍କୁ କହିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ କରିବା ପରେ ବି ପୋଲିସ ଅଭିଯୋଗ ଗ୍ରହଣ ନକରିବାରୁ ବାରମ୍ବାର ଥାନାକୁ ଦୌଡୁଛନ୍ତି ଯୁବତୀ ଜଣକ । ଅଭିଯୋଗ ହୋଇଥିବା ବ୍ୟକ୍ତି ଜଣଙ୍କ ଥାନା ଭିତରେ ପୋଲିସ ସମ୍ମୁଖରେ ଯୁବତୀଙ୍କୁ  ଟଙ୍କା ଫେରାଇବେ ନାହିଁ ବୋଲି  ଧମକ ଚମକ ଦେଇଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଅଭିଯୋଗକାରୀ ଯୁବତୀ ।
 

Related News
satta king tw