Top Stories

Search here...

News

ଭାଇକୁ ହାଣିଲା ଭାଇ; ଖଣ୍ଡାରେ ହାଣିବା ପରେ ଫେସବୁକରେ ପୋଷ୍ଟ କରି ପଚାରିଲା ଖୁସୀ ଅଛି କି ନାହିଁ

Posted On - 11 hours ago
Edited By Prabir Kumar
LAST UPDATED Feb 05, 2022 02:53 AM

ଅଭିଯୁକ୍ତ ରାକେଶ ବେହେରା ଖଣ୍ଡାରେ ହାଣି ସାରିବା ପରେ ଗେଟ ବାହାରକୁ ଘୋଷାଡି ନେଇ ସଙ୍ଘବଦ୍ଧ ଭାବରେ ଆକ୍ରମଣର ଫୁଟେଜ ସାମ୍ନାକୁ ଆସିଛି । 

 

BBSR Reporters


ଭୁବନେଶ୍ୱର: ଭାଇକୁ ହାଣିଲା ଭାଇ । ଖଣ୍ଡାରେ ହାଣିଲା, ହାଣିଲା ପରେ ଖୁସି ଅଛ କି ନାହିଁ ବୋଲି ଫେସବୁକରେ ପୋଷ୍ଟ କରି ପଚାରିଲା । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧିନ ବୋତଣ୍ଡା ଅଂଚଳର ପ୍ରକାଶ ବେହେରାଙ୍କୁ ତାଙ୍କ ସାନ ଭାଇ ରାକେଶ ବେହେରା ଖଣ୍ଡାରେ ହାଣି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । ସାମାନ୍ୟ କଳହକୁ କେନ୍ଦ୍ର କରି ବଡ ଭାଇକୁ ସାନ ଭାଇ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଛି ।

 

ଅଭିଯୁକ୍ତ ରାକେଶ ବେହେରା ଖଣ୍ଡାରେ ହାଣି ସାରିବା ପରେ ଗେଟ ବାହାରକୁ ଘୋଷାଡି ନେଇ ସଙ୍ଘବଦ୍ଧ ଭାବରେ ଆକ୍ରମଣର ଫୁଟେଜ ସାମ୍ନାକୁ ଆସିଛି । ଏପରିକି ହାଣି ସାରିବା ପରେ ଅଭିଯୁକ୍ତ ଜଣକ ଫିଲ୍ମ ଷ୍ଟାଇଲରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ‘ପକ୍କା ଖୁସି ତ’ ବୋଲି ଲେଖି ପୋଷ୍ଟ କରିଛି ।

 

ଅଭିଯୁକ୍ତର ଆକ୍ରମଣ ପରେ ଆହତ ହୋଇଥିବା ଏବଂ କୋଭିଡରେ ଆକ୍ରାନ୍ତ ଥିବା ପ୍ରକାଶ ବେହେରା ଓ ତାଙ୍କ ସ୍ତ୍ରୀଙ୍କୁ ଏମ୍ସରେ ଭର୍ତି କରାଯାଇଛି । ଏହାସହ ରାକେଶ ବେହେରା ଓରଫ ରାକା ନାଁରେ ଥାନାରେ ଅଭିଯୋଗ ହୋଇଛି । ଘଟଣା ୩୦ତାରିଖ ଦିନ ଘଟିଥିବା ବେଳେ ଘଟଣାର ସିସିଟିଭି ଫୁଟେଜ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛି ।
 

Related News
satta king tw