Top Stories

Search here...

News

ପ୍ରଶାନ୍ତ କିଶୋରଙ୍କ କାର୍ଯ୍ୟାଳୟରୁ ଗଞ୍ଜେଇ ଜବତ ଜଣଙ୍କୁ ଉଠାଇ ନେଲା ପୁଲିସ୍‌

Posted On - 7 minutes ago
Edited By Prabir Kumar
LAST UPDATED Feb 12, 2022 01:57 PM

ପ୍ରାୟ ଅଢେଇବର୍ଷ ହେବ ପ୍ରଶାନ୍ତ କିଶୋର ଟିଏମ୍‌ସି ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ହେଲେ ଏବେ କିଛି ଦିନ ହେବ ମମତା  ଓ ତାଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଜଣାଯାଇଛି।

 

BBSR Reporters

 

ଗୋଆ: ଗୋଆରେ ପ୍ରଶାନ୍ତ କିଶୋରଙ୍କ ସଙ୍ଗଠନ I-PAC  କାର୍ଯ୍ୟକ୍ଷମ ଅଛି। ଆସନ୍ତା ୧୪ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସକୁ  ଜିତାଇବା ନିମନ୍ତେ ପ୍ରଶାନ୍ତଙ୍କ କାର୍ଯ୍ୟାଳୟ ପ୍ରସ୍ତୁତ କରୁଛି ବ୍ଲୁ-ପ୍ରିଣ୍ଟ ।  ଗତକାଲି ରାତି ଅଧରେ ଗୋଆର ପୋରଭୋରିମ ସହରରେ ଥିବା ବିଭିନ୍ନ ବଙ୍ଗଳା ପରେ ପୁଲିସ୍‌ ପକ୍ଷରୁ ସିରିଜ ରେଡ କରାଯାଇଥିଲା। ସେଥିମଧ୍ୟରୁ ପ୍ରଶାନ୍ତ କିଶୋରଙ୍କ  କାର୍ଯ୍ୟାଳୟ ୮ଟି ବଙ୍ଗଳାରେ ଚାଲୁଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ୍‌ ତଦନ୍ତ ସମୟରେ ପ୍ରଶାନ୍ତଙ୍କ ଜଣେ କର୍ମଚାରୀଙ୍କ ନିକଟରୁ ଗଞ୍ଜେଇ ଜବତ କରି ତାଙ୍କୁ ଗିରଫ କରିଛି। ଆଉ ମାତ୍ର ୨ ଦିନ ନିର୍ବାଚନ ଥିବା ବେଳେ ପୁଲିସ୍‌ର ଏପରି ଚଢ଼ାଉ ପଛରେ ରାଜନୈତିକ ଷଡଯନ୍ତ୍ରର ଗନ୍ଧ ବାରି ହୋଇ ପଡ଼ୁଥିବା ଆଲୋଚନା ହେଉଛି।

 

ପ୍ରାୟ ଅଢେଇବର୍ଷ ହେବ ପ୍ରଶାନ୍ତ କିଶୋର ଟିଏମ୍‌ସି ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ହେଲେ ଏବେ କିଛି ଦିନ ହେବ ମମତା  ଓ ତାଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଜଣାଯାଇଛି। ଗତ ଅଢେଇ ବର୍ଷ ହେବ ତୃଣମୂଳ କଂଗ୍ରେସ ପାର୍ଟିର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିବା ପ୍ରଶାନ୍ତ କିଶୋର ଏବେ ଦଳ ପାଇଁ ଗୋଆରେ ମଧ୍ୟ ଭିତ୍ତିଭୂମି ସଜାଡ଼ିବାରେ ଲାଗିଛନ୍ତି। ଆଉ ମାତ୍ର ୨ ଦିନ ପରେ ଅର୍ଥାତ ୧୪ ତାରିଖରେ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଥିବା ବେଳେ ଏହା ପୂର୍ବରୁ ତାଙ୍କ କାର୍ଯ୍ୟାଳୟରେ ରେଡ କରିଛି ପୁଲିସ୍‌।  ଏପରିକି ପ୍ରଶାନ୍ତ କିଶୋରଙ୍କ କାର୍ଯ୍ୟାଳୟର ଜଣେ ୨୮ ବର୍ଷୀୟ କର୍ମଚାରୀଙ୍କ ନିକଟରୁ ଗଞ୍ଜେଇ ଜବତ ହୋଇଥିବା ବେଳେ ତାଙ୍କୁ ଗିରଫ କରିଛି ପୁଲିସ୍‌।

 

 

Related News
satta king tw