Top Stories

Search here...

News

କର୍ଣ୍ଣାଟକ ହିଜାବ ବିବାଦ; ବୃହତ୍ତର ବେଞ୍ଚରେ ଶୁଣାଣି ପାଇଁ ସୁପାରିଶ 

Posted On - 8 minutes ago
Edited By Prabir Kumar
LAST UPDATED Feb 09, 2022 07:43 PM

ଜଣିକିଆ ବେଞ୍ଚ ତଥା ଜଷ୍ଟିସ୍ କ୍ରିଷ୍ଣା ଦିକ୍ସିତ୍ ଏହି ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ  କହିଛନ୍ତି ।

 

BBSR Reporters


ବେଙ୍ଗାଲୁରୁ: କର୍ଣ୍ଣାଟକ ହିଜାବ ବିବାଦ ତେଜିବାରେ ଲାଗିଛି । ମାମଲାରେ ବିଚାର କରି କର୍ଣ୍ଣାଟକ ହାଇକୋର୍ଟ ଆଜି ଏହାକୁ ବୃହତ୍ତର ବେଞ୍ଚରେ ଶୁଣାଣି ପାଇଁ ସୁପାରିଶ କରିଛନ୍ତି । ଜଷ୍ଟିସ୍ କ୍ରିଷ୍ଣା ଦିକ୍ସିତ୍ ଏହି ମାମଲାର ଶୁଣାଣି କରି ଏକଥା କହିଥିବା ନେଇ  କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ନଭଦାଗୀ କୋର୍ଟଙ୍କ ଏହି ନିଦେ୍ର୍ଧଶ ସଂକ୍ରାନ୍ତୀୟ ସୂଚନା ଦେଇଛନ୍ତି  । 

 

କଲେଜରେ ହିଜାବ ପିନ୍ଧିବା ସଂକ୍ରାନ୍ତରେ ପିଲାମାନଙ୍କୁ ଅନୁମତି ଦେବା ବାବଦରେ ମଧ୍ୟବର୍ତ୍ତୀଆକାଳୀନ ରିଲିଫ୍ ନଦେବାକୁ ଆଡଭୋକେଟ୍ ଜେନେରାଲ ଅନୁରୋଧ କରିଥିଲେ । ମଧ୍ୟବର୍ତ୍ତୀକାଳୀନ ରିଲିଫ୍କୁ ବିରୋଧ କରି ଆଡଭୋକେଟ୍ ଜେନାରାଲ କହିଛନ୍ତି ଏଭଳି ରାୟ ବର୍ତ୍ତମାନ ସମୟରେ ଅଧିକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେବ । କୋର୍ଟରେ ଅଧିକ ମାମଲା ଆବେଦନ ହେବ । 

 

ଆଜି ମାମଲାରୁ ଶୁଣାଣି କରୁଥିବା ଜଷ୍ଟିସ୍ ଦିକ୍ସିତ କହିଛନ୍ତି ଯେ, ହିଜାବ ପ୍ରସଙ୍ଗ ବୃହତ ବେଞ୍ଚରେ ଶୁଣାଣି ପାଇଁ ଏହାକୁ ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଉପସ୍ଥାପିତ କରିବାକୁ ରେଜିଷ୍ଟାରଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଏହି ଆବେଦନର ତ୍ୱରିତ ଶୁଣାଣି ପାଇଁ ମଧ୍ୟ ସେ ସୁପାରିଶ କରିଛନ୍ତି  । ଆବେଦନକାରୀ ଭ୍ରମରେ ଅଛନ୍ତି ଏବଂ ସେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ପ୍ରତ୍ୟେକ ଅନୁଷ୍ଠାନକୁ ସ୍ୱୟଂ ଶାସିତ ପାଇଁ କ୍ଷମତା ପ୍ରଦାନ କରାଯାଇଛି । ଆଡଭୋକେଟ ଜେନେରାଲ କହିଛନ୍ତି ଯେ, ଏକ୍ଷେତ୍ରରେ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇପାବେ ନାହିଁ ।


 କଲେଜର ଆଚରଣ ବିଧି ଅନୁଯାୟୀ ସ୍ତରୀକୃତ ଡ୍ରେସ୍କୋଡକୁ ପିଲାମାନେ ମାନିବା ଉଚିତ୍ । ହିଜାବ ଧର୍ମ ଆଚରଣର ଅଂଶୀଦାର ନୁହଁ ବୋଲି ପୂର୍ବରୁ ଅନେକ ରାୟରେ ଦର୍ଶାଯାଇଛି । ତେବେ ଆବେଦନକାରୀଙ୍କ ପକ୍ଷରୁ ସଞ୍ଜୟ ହେଗଡେ଼ ହାଜର ହୋଇ ୟୁନିଫର୍ମ ସଂକ୍ରାନ୍ତରେ କର୍ଣ୍ଣାଟକ ଶିକ୍ଷା ଆଇନ୍ରେ ସେମିତି କିଛି ବ୍ୟବସ୍ଥା ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ । ତେଣୁ ନିଜ ପସନ୍ଦରେ ଡ୍ରେସ୍ ପିନ୍ଧି କଲେଜ ଯିବାକୁ ଅନୁମତି ଦିଆଯାଉ ବୋଲି ସେ ଦାବି କରିଥିଲେ । ଶିକ୍ଷା ଆଇନ୍କୁ ମୁଁ ସମ୍ପୂର୍ଣ୍ଣ ତର୍ଜମା କରିଛି । ହେଲେ ୟୁନିଫର୍ମ ବାବଦରେ କୌଣସି ତଥ୍ୟ ପାଇଲି ନାହିଁ ବୋଲି ସେ କହିଛନ୍ତି  ।
 

Related News
satta king tw