Top Stories

Search here...

News

ଗିରଫ ହେଲେ ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକ

Posted On - 14 minutes ago
Edited By Team BbsrReporters
LAST UPDATED Feb 10, 2022 12:03 PM

ତାଙ୍କ ପାଖରୁ ଭିଜିଲାନ୍ସ ପ୍ରାୟ ୨କୋଟି ଟଙ୍କାରୁ ଅଧିକ ଆୟବର୍ହିଭୁତ ସମ୍ପତ୍ତି ଜବତ କରିଥିବାବେଳେ ସେ ବହୁ ବେନାମୀ ସମ୍ପତ୍ତି ଠୁଳ କରିଥିବା ସନ୍ଦେହ କରିଛି।

 

BBSR Reporters

 

ଭୁବନେଶ୍ୱର: ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହେଲେ ରାଉରକେଲାର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକ। ତାଙ୍କ ପାଖରୁ ଭିଜିଲାନ୍ସ ପ୍ରାୟ ୨କୋଟି ଟଙ୍କାରୁ ଅଧିକ ଆୟବର୍ହିଭୁତ ସମ୍ପତ୍ତି ଜବତ କରିଥିବାବେଳେ ସେ ବହୁ ବେନାମୀ ସମ୍ପତ୍ତି ଠୁଳ କରିଥିବା ସନ୍ଦେହ କରିଛି। ଗତକାଲି ଭିଜିଲାନ୍ସ ତାଙ୍କ ଘର ଓ ତାଙ୍କ ସମ୍ପର୍କୀୟଙ୍କ ଘର ଉପରେ ଚଢ଼ଉ କରି ଏହି ସବୁ ସମ୍ପତ୍ତି ଜବତ କରିଥିଲା ।

 

 ସୂଚନା ଅନୁସାରେ ଓଆରଏସ୍ ଅଧିକାରୀ ଶ୍ରୀ ନାୟକଙ୍କୁ ଆଜି ଗିରଫ କରାଯାଇ ସୁନ୍ଦରଗଡ଼ସ୍ଥିତ ସ୍ପେଶାଲ ଭିଜିଲାନ୍ସ ବିଚାରପତିଙ୍କ ପାଖରେ ହାଜର କରାଯାଇଥିଲା। ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ମନୋରଞ୍ଜନ ନାୟକ ଓ ତାଙ୍କ ସାନଭାଇଙ୍କ ବିରୁଦ୍ଧରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ତାଙ୍କର ରାଉରକେଲାରେ ୭୫ଲକ୍ଷ ଟଙ୍କାର ଏକ ତିନିମହଲା କୋଠା ଘର, ରାଉରକେଲାରେ ୩୫ଲକ୍ଷ ଟଙ୍କାର ଏକ କୋଠା, ଭୁବନେଶ୍ୱର ଗୋଠପାଟଣାରେ ୫୦ଲକ୍ଷ ଟଙ୍କାର ୩ବେଡରୁମ ବିଶିଷ୍ଟ ଫ୍ଲାଟ, ୨ଟି ଚାରିଚକିଆ ଗାଡ଼ି ସମେତ ବହୁ ସୁନା ଅଳଙ୍କାର, ବ୍ୟାଙ୍କ ଜମା ଆଦି ଜବତ ହୋଇଛି ।

 

Related News
satta king tw