Top Stories

Search here...

News

ଲଖିମପୁର ଖେରି ହିଂସାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଜାମିନ୍ 

Posted On - 8 minutes ago
Edited By Prabir Kumar
LAST UPDATED Feb 10, 2022 08:31 PM

ଗତବର୍ଷ ଅକ୍ଟୋବର ୩, କୃଷି ଆଇନକୁ ବିରୋଧ କରି ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ରାଲିକୁ ବିରୋଧ କରିଥିଲେ ଚାଷୀ । ଏହି ସମୟରେ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ଏସୟୁଭି କାର ଚାଷୀଙ୍କ ଉପରକୁ ଚଢି ଯାଇଥିଲା । 

 

BBSR Reporters

 

ଲଖିମପୁର : ଉତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଜାମିନ୍ ମିଳିଛି । ୟୁପି ହାଇକୋର୍ଟର ଲଖ୍ନୌ ବେଂଚ ଆଜି ଜାମିନ୍ ପ୍ରଦାନ କରିଛନ୍ତି । ଗତବର୍ଷ ଅକ୍ଟୋବର ୩, କୃଷି ଆଇନକୁ ବିରୋଧ କରି ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ରାଲିକୁ ବିରୋଧ କରିଥିଲେ ଚାଷୀ । ଏହି ସମୟରେ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ଏସୟୁଭି କାର ଚାଷୀଙ୍କ ଉପରକୁ ଚଢି ଯାଇଥିଲା । ଏଥିରେ ୪ ଚାଷୀଙ୍କ ସମେତ ୮ ଜଣ ପ୍ରାଣ ହରାଇଥିଲେ । ପରେ ଗିରଫ ହୋଇଥିଲେ ଆଶିଷ ।

 

ଏସଆଇଟି ଏହି ମାମଲାର ତଦନ୍ତ କରି ୫ ହଜାର ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରିଛି  ଏବଂ ଆଶିଷଙ୍କ ସମେତ ୧୬ ଜଣ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଆଶିଷଙ୍କ ବିରୋଧରେ ୩୦୨ ଭଳି ସଙ୍ଗୀନ ଦଫା ଲାଗିଥିବା ବେଳେ କେମିତି ଶୀଘ୍ର ଜାମିନ୍ ମିଳିଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଆଉ ଏହାକୁ ନେଇ ସେ ୟୁପିରେ ବିଜେପି ବିରୋଧରେ ପ୍ରଚାର କରିବେ ବୋଲି କହିଛନ୍ତି ।
 

Related News
satta king tw