Top Stories

Search here...

News

ଆଦିବାସୀ ଏବଂ ମହିଳା ବିରୋଧୀ ନୀତି ପ୍ରସଙ୍ଗରେ ରାଜ୍ୟପାଳଙ୍କ ନିକଟରେ ବିଜେପିର ଫେରାଦ

Posted On - 51 minutes ago
Edited By Prabir Kumar
LAST UPDATED Oct 20, 2021 07:11 PM

ଶାସକ ବିଜେଡିର ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ଛତ୍ରଛାୟା ତଳେ ରହି ଅପରାଧୀମାନେ ନିର୍ଭୟରେ ଅପରାଧ ଭିଆଇ ଚାଲୁଛନ୍ତି : ସମୀର ମହାନ୍ତି

 

BBSR Reporters

 

ଭୁବନେଶ୍ୱର:ରାଜ୍ୟରେ ଅନୁସୁଚିତ ଜାତି ଓ ଜନଜାତିଙ୍କ ବିରୋଧରେ ଅତ୍ୟାଚାର ବୃଦ୍ଧି ପାଇବା ସହିତ ସେମାନେ ହିଂସା ଓ ଦ୍ୱେଷର ଶିକାର ହେଉଛନ୍ତି । ଆଦିବାସୀଙ୍କ ସ୍ୱାର୍ଥ ପାଇଁ ମୁହଁ ଖୋଲିଲେ ସରକାରୀ ବାବୁ ଏବଂ କର୍ମଚାରୀଙ୍କ ଜରିଆରେ ରାଜ୍ୟ ସରକାର ଆଦିବାସୀ ବର୍ଗକୁ ପ୍ରତିନିଧିତ୍ୱ କରୁଥିବାଜନପ୍ରତିନିଧିମାନଙ୍କୁ ବେଇଜ୍ଜତ କରୁଛନ୍ତି । ଆଦିବାସୀବର୍ଗଙ୍କୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ବେଇଜ୍ଜତ ଏବଂ ଓଡିଶା ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଶାସକ ବିଜେଡିର ଅହିଷ୍ନୁତା ଏବଂ ରାଜନୈତିକ ହିଂସାପରାୟଣ ମନୋଭାବକୁ ସ୍ପଷ୍ଟ ପ୍ରମାଣିତ କରୁଛି । ସେହିପରି ରାଜ୍ୟରେ ମହିଳା ନିର୍ଯ୍ୟାତନା ଓ ହିଂସାକାଣ୍ଡ ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ଶାସକ ବିଜେଡିର ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ଛତ୍ରଛାୟା ତଳେ ରହି ଅପରାଧୀମାନେ ନିର୍ଭୟରେ ଅପରାଧ ଭିଆଇ ଚାଲୁଛନ୍ତି । ବହୁଚର୍ଚ୍ଚିତା ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତିର ଅଭିଯୋଗ ହେଉଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ କରାଯାଉ । ଏହି ଦୁଇ ଦୁଇଟି ସମ୍ବେଦନଶୀଳ ପ୍ରସଙ୍ଗରେ ମାନ୍ୟବର ରାଜ୍ୟପାଳ ତୁରନ୍ତ ହସ୍ତକ୍ଷେପ କରି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ବିଜେପି ତରଫରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

 

ଆଦିବାସୀ ଅଂଚଳ ଏବଂ ସ୍ଥାନୀୟ ଅଂଚଳବାସୀଙ୍କ ବିକାଶ ପାଇଁ ଉଦ୍ଧିଷ୍ଟ ଡିଏମଏଫ ଓ ଙଗଈଇଊଉ ପାଂଠିକୁ ହଡପ୍ କରିବା, ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ସ୍ଥାଣୁ କରି ରଖିବା, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ‘ଟ୍ରାଇବଲ ଆଡଭାଇଜରୀ କମିଟି’ (ଟିଏସି)ର ବୈଠକ ନହେବା କାରଣରୁ ଆଦିବାସୀଙ୍କ ମୈାଳିକ ସମସ୍ୟାର ସମାଧାନରେ ବାଧା ସୃଷ୍ଟି ହେବା, ପେସା ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ ନକରିବା, ଆଦିବାସୀ ଆବାସିକ ବିଦ୍ୟାଳୟରେ ଯୈ÷ାନଶୋଷଣକୁ ବିରୋଧ କରିବା, ଆଦିବାସୀ ସଂସ୍କୃତି ଓ ପରଂପରାକୁ ଜଳଞ୍ଜଳୀ ଦେବା ଭଳି ଆଦିବାସୀ ବିରୋଧୀ ନୀତିକୁ ବିରୋଧ କରିବାରୁ ଶାସକ ବିଜେଡି ପ୍ରତିହିଂସାପରାୟଣ ହୋଇ ବିଜେଡି କାର୍ଯ୍ୟକର୍ତା ଓ ସରକାରୀ ବାବୁଙ୍କୁ ଜରିଆରେ ଅଗଣତାନ୍ତ୍ରୀକ କାର୍ଯ୍ୟ କରୁଛି ।

 


ସେହିପରି ରାଜ୍ୟରେ ମହିଳା ନିର୍ଯ୍ୟତନା ଓ ହିଂସା ଘଟଣା ବୃଦ୍ଧି ପାଇଚାଲିଛି । ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ରଙ୍କ ଘନିଷ୍ଠ ସଂପର୍କ କାରଣରୁ ତଦନ୍ତ ବାଟମାରଣା କରାଯିବାର ବିରାଟ ଷଡଯନ୍ତ ରଚାଯାଇଛି । ଏହା ସମଗ୍ର ମାତୃଶକ୍ତି ଓ ଓଡିଶାବାସୀଙ୍କ ପାଇଁ ଲଜ୍ଜାର ବିଷୟ । ଏଭଳି କୁତ୍ସିତ ଓ ଲଜ୍ଜାଜନକ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସର୍ବପ୍ରଥମେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ସହିତ ଗିରଫ କରାଯିବା ନିହାତି ଆବଶ୍ୟକ ।

 


ଏହି ଭିନ୍ନ ଭିନ୍ନ ଦୁଇଟି ପ୍ରସଙ୍ଗରେ ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳ ମାନ୍ୟବର ରାଜ୍ୟପାଳଙ୍କୁ ଭେଟିଥିଲେ । ଏହି ପ୍ରତିନିଧି ଦଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଡ.ବୁଧନ ମୁର୍ମୁ, ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ଓ ଡ.ଲେଖାଶ୍ରୀ ସାମନ୍ତସିଂହାର ଏବଂ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
 

Related News
satta king tw