Top Stories

Search here...

News

କେନାଲରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ:୩ ଦିନ ହେଲା ନିଖୋଜ ଥିଲେ

Posted On - 1 minute ago
Edited By Prabir Kumar
LAST UPDATED Oct 20, 2021 12:22 PM

ମିଳିଥିବା ମୃତଦେହ ଟି ରାମଚନ୍ଦ୍ରଙ୍କର ବୋଲି ଜଣାପଡିବା ପରେ ପୁଲିସ ଏବେ ଘଟଣାର ତଦନ୍ତ କରୁଛି । 

 

BBSR Reporters

 


ଜଗତସିଂହପୁର: ଗତ ରବିବାରଠାରୁ ନିଖୋଜ ଥିବା ଜଗତସିଂହପୁର ବଡ଼ବାଗ ଗାଁର ରାମଚନ୍ଦ୍ର ସାହୁଙ୍କ ମୃତଦେହ ଆଜି କଲେଜ ଛକ ନିକଟ ମାଛଗାଁ କେନାଲରୁ ଉଦ୍ଧାର କରିଛି ପୋଲିସ । ରବିବାର ଦିନ ବଡ଼ବାଗର କେଶବ ବେହେରାଙ୍କ ଘରେ ଭୋଜି ହୋଇଥିଲା। ସେଠାରେ କେଶବ ବେହେରା, କେଶବଙ୍କ ସ୍ତ୍ରୀ ରିନା ବେହେରା, ପ୍ରଶାନ୍ତ ବେହେରା ଓ ରାମଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ତେବେ ଉକ୍ତ ରାତିରେ କୌଣସି କାରଣ ପାଇଁ ରାମଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

 

 

ପୁଲିସ କେଶବ ବେହେରା, କେଶବଙ୍କ ସ୍ତ୍ରୀ ରିନା ବେହେରା, ପ୍ରଶାନ୍ତ ବେହେରାକୁ ଅଟକ ରଖିଛି ।  ମିଳିଥିବା ସୂଚନା ମୁତାବକ ଆଜି ସକାଳେ ମାଛଗାଁ କେନାଲରେ ଏକ ମୃତଦେହ ଭାସୁଥିବା ନେଇ ସ୍ଥାନୀୟ ଲୋକ ଦେଖିଥିଲେ ଆଉ ଏହା ପରେ ସେମାନେ ପୁଲିସକୁ ଏବାବଦରେ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲା । 

 


ରବିବାରଠାରୁ ନିଖୋଜ ଥିବା ରାମଚନ୍ଦ୍ରଙ୍କର ମୃତଦେହ ବୋଲି ଜଣାପଡିବା ପରେ ପୁଲିସ ଏବେ ତଦନ୍ତ କରୁଛି । ତେବେ ରବିବାର ଦିନ ଆୟୋଜିତ ଭୋଜିରେ କଣ ସବୁ ଘଟଣା ଘଟିଥିଲା ଓ କିଭଳି ରାମଚନ୍ଦ୍ରଙ୍କର ମୃତ୍ୟୁ ହେଲା ପୁଲିସ ସେ ନେଇ ତଦନ୍ତ କରୁଛି ।

Related News
satta king tw