Top Stories

Search here...

News

ଆଜି ପବିତ୍ର ବଡଦିନ

Posted On - 6 hours ago
Edited By Team BbsrReporters
LAST UPDATED Dec 25, 2021 07:41 PM

ପ୍ରଶାସନର ନିର୍ଦ୍ଦେଶ ମୁତାବକ ମାତ୍ର ୫୦ ଜଣଙ୍କ ଭିତରେ ଚର୍ଚ୍ଚରେ ବଡଦିନ ପାଳନ କରୁଛନ୍ତି ଖ୍ରୀଷ୍ଟ ଧର୍ମାମ ଲମ୍ବୀ ।

 

 

BBSR Reporters

 

ଭୁବନେଶ୍ୱର: ଆଜି ପବିତ୍ର ବଡଦିନ । ପ୍ରଶାସନର ନିର୍ଦ୍ଦେଶ ମୁତାବକ ମାତ୍ର ୫୦ ଜଣଙ୍କ ଭିତରେ ଚର୍ଚ୍ଚରେ ବଡଦିନ ପାଳନ କରୁଛନ୍ତି ଖ୍ରୀଷ୍ଟ ଧର୍ମାମ ଲମ୍ବୀ । ମଧ୍ୟରାତ୍ରରେ ଧରାପୃଷ୍ଟକୁ ଆଗମନ କରିଛନ୍ତି ଯୀଶୁ  l କରୋନା ପାଇଁ ନିରାଡମ୍ବରରେ ପାଳନ ହେଉଛି ଖ୍ରୀଷ୍ଟ୍ରମାସ ।ରଙ୍ଗ ବେରଙ୍ଗର ଆଲୁଅ ମାଳାରେ ଝଲସୁଥିଲା ଚର୍ଚ୍ଚ । ଝଲସୁଥିଲା ଜିଙ୍ଗଲ ବେଲ ।

 

ଝଲସୁଥିଲା ବିଭିନ୍ନ ଉପହାରରେ ସଜ୍ଜିତ ଖ୍ରୀଷ୍ଟମାସ ବୃକ୍ଷ । ଭାସିଆସୁଥିଲା ସମବେତ କାରୋଲ ସଙ୍ଗୀତ । ଭଗବାନ ଯୀଶୁଙ୍କୁ ଆଗମନକୁ ଏପରି ଢଙ୍ଗରେ ବିଭିନ୍ନ ଚର୍ଚ୍ଚରେ ସ୍ୱାଗତ କରାଯାଇଛି । ଠିକ ମଧ୍ୟ ରାତିରେ ପ୍ରତୀକଧର୍ମୀ ଗହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଯୀଶୁ ଅବତରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଶୁଭେଚ୍ଛାର ପର୍ବ । ପରସ୍ପରକୁ ଆଲିଙ୍ଗନ କରି ବଡ ଦିନର ଶୁଭେଚ୍ଛା ଜଣାଇଥିଲେ । ଏହାସହ ବାଇବେଲ ପାଠ ଓ ପ୍ରାର୍ଥନାରେ ମସଗୁଲ ହୋଇଥିଲେ ସାରା ଖ୍ରୀଷ୍ଟିଆନ ସଂପ୍ରଦାୟ ।

Related News
satta king tw