Top Stories

Search here...

News

ଜୈସାଲମେରରେ ଆଉ ଏକ ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ଥ

Posted On - 3 hours ago
Edited By Team BbsrReporters
LAST UPDATED Dec 25, 2021 06:12 PM

ସୁଦାସିରି ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏଥିରେ ୱିଙ୍ଗ କମାଣ୍ଡର ହର୍ଷିତ ସିହ୍ନାଙ୍କ ମୃତ୍ୟୁ ହୋଇଥବା ନେଇ  ଏୟାରଫୋର୍ସ ପକ୍ଷରୁ ସୂଚନା ଜାରି କରାଯାଇଛି ।

 

 

BBSR Reporters

 

ରାଜସ୍ଥାନ: ତାମିଲନାଡୁର କୁନ୍ନୁର ମର୍ମନ୍ତୁଦ ହେଲପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିବାର ଦୁଃଖ ଭୁଲି ହେଉନଥିବା ବେଳେ ଭାରତୀୟ ବାୟୁସେନାର ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଗତକାଲି ୮ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

 

ରାଜସ୍ଥାନର ଜୈସାଲମେରରେ ଏକ ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୁଦାସିରି ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏଥିରେ ୱିଙ୍ଗ କମାଣ୍ଡର ହର୍ଷିତ ସିହ୍ନାଙ୍କ ମୃତ୍ୟୁ ହୋଇଥବା ନେଇ  ଏୟାରଫୋର୍ସ ପକ୍ଷରୁ ସୂଚନା ଜାରି କରାଯାଇଛି । ୱିଙ୍ଗ କମାଣ୍ଡର ହର୍ଷିଦ ସିହ୍ନା  ଜୈସାଲମେର ଏୟାରଫୋର୍ସରୁ ଉଡ଼ାଣ ଭରି ଥିଲେ । ଘଟଣା ସ୍ଥଳରେ ପୁଲିସ, ଅଗ୍ନୀଶମ ବାହୀନି ପହଂଚିଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଉଡାଣ ସମୟରେ ବିମାନରେ ନିଆଁ ଲାଗିଥିଲା ତାପରେ ତଳେ ଆସିପଡ଼ିଥିଲା ମିଗ୍‌-୨୧ ବିମାନ ।

Related News
satta king tw