Top Stories

Search here...

News

ବେଙ୍ଗାଲୁରୁରେ ମୃଦୁ ଭୂମିକମ୍ପ

Posted On - 11 hours ago
Edited By Team BbsrReporters
LAST UPDATED Dec 22, 2021 05:20 PM

୩.୩ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପ ଆଜି ସକାଳେ ୭ଟା ୧୪ରେ ହୋଇଥିବା ଏନ୍ଏସସି ରିପୋର୍ଟ ଦେଇଛି ।

 

BBSR Reporters

 

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ପଏଣ୍ଟ ରେକର୍ଡÿ କରାଯାଇଛି । ଏହି ଭୂକମ୍ପର ଠିକଣାସ୍ଥଳ ଅକ୍ଷାଂଶ ୧୩.୫୫ ଥିବା ବେଳେ ଦ୍ରାଘିମା ୭୭.୭୬ ରେକର୍ଡÿ କରାଯାଇଛି  । ବେଙ୍ଗାଲୁରଠାରୁ ୬୬ କିମି (ଏନଏନଇ) ଦୂର ୨୩ କିମି ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଏନ୍ଏସସି ପକ୍ଷରୁ ସୂଚନା ଦିଆଯାଇଛି । 

 

 କର୍ଣ୍ଣାଟକର ଉତ୍ତର-ଉତ୍ତରପୂର୍ବରେ ଆଜି ସକାଳେ ଏହି ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(ଏନ୍ଏସସି) ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଇଛି  । ୩.୩ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପ ଆଜି ସକାଳେ ୭ଟା ୧୪ରେ ହୋଇଥିବା ଏନ୍ଏସସି ରିପୋର୍ଟ ଦେଇଛି । ତେବେ ଏହି ଭୂକମ୍ପରେ କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।
 

Related News
satta king tw