Top Stories

Search here...

News

ପାକିସ୍ତାନ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ ସ୍ଥଗିତ

Posted On - 6 minutes ago
Edited By Team BbsrReporters
LAST UPDATED Dec 17, 2021 03:56 PM

ଏହି ଦିନିକିଆ ସିରିଜ ଆସନ୍ତାବର୍ଷ ଜୁନ୍ ମାସରେ ଖେଳାଯିବାକୁ ବର୍ତମାନ ନୂଆ କାର୍ଯ୍ୟସୂଚୀ ସ୍ଥିର ହୋଇଛି ।

 

 

BBSR Reporters 

 

ନୂଆଦିଲ୍ଲୀ: କରୋନା ପାଇଁ ପାକିସ୍ତାନ-ୱେଷ୍ଟଇଣ୍ଡିଜ ଦିନିକିଆ  ସିରିଜ ସ୍ଥଗିତ ହୋଇଯାଇଛି । ଏହି କରୋନାର ପ୍ରବେଶ ପରେ ପାକିସ୍ତାନ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜକୁ ସ୍ଥଗିତ ରଖାଯାଇଛି । ଏହି ଦିନିକିଆ ସିରିଜ ଆସନ୍ତାବର୍ଷ ଜୁନ୍ ମାସରେ ଖେଳାଯିବାକୁ ବର୍ତମାନ ନୂଆ କାର୍ଯ୍ୟସୂଚୀ ସ୍ଥିର ହୋଇଛି । ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଇଣ୍ଡିଜ କ୍ରିକେଟ ବୋର୍ଡ ମଧ୍ୟରେ ଆଲୋଚନା ହୋଇଛି । ଦୁଇ ବୋର୍ଡ ମିଳିତ ଭାବରେ ଏନେଇ ବୟାନ ଜାରି କରିଛନ୍ତି l ଏହି ବୟାନରେ କୁହାଯାଇଛି କି ଗୁରୁବାର ସକାଳେ ପିସିବିର କରୋନା ପ୍ରୋଟକଲ ଅନୁସାରେ ୱେଷ୍ଟଇଣ୍ଡିଜର ଶେଷ ୧୫ ଖେଳାଳିଙ୍କ ମଧ୍ୟରୁ ୬ ଜଣ ଖେଳାଳି ଓ ୬ ସପୋର୍ଟ ଷ୍ଟାଫଙ୍କ ଠାରେ କରୋନା ପରୀକ୍ଷା କରାଯାଇଥିଲା । ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

 

 

ତେବେ ପ୍ରଥମେ ୱେଷ୍ଟଇଣ୍ଡିଜ ଦଳର ୩ ଜଣ ଖେଳାଳି ଏବଂ ୨ ଜଣ ସପୋର୍ଟ ଷ୍ଟାଫ୍‌ଙ୍କ ଠାରେ କରୋନା ଭୂତାଣୁ ମିଳିଥିଲା । ୱିକେଟ କିପର ସାଏ ହୋପ, ସ୍ପିନର ଅକିଲ ହୁସୈନ, ହରଫନମୌଲା ଜଷ୍ଟିନ ଗ୍ରୀବ୍ସଙ୍କ ଠାରେ ପିସିବି ଦ୍ୱାରା କରାଯାଇଥିବା କରୋନା ପରୀକ୍ଷଣରେ ପଜିଟିଭ୍ ଆସିଥିଲା ।  ଆସନ୍ତା ୧୮ ଡିସେମ୍ୱରରୁ କରାଚିରେ ଦୁଇ ଦେଶ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବାକୁ ଥିଲା । କରୋନା କାରଣରୁ ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜକୁ ସ୍ଥଗିତ ରଖି ଏହାକୁ ୨୦୨୨ ମସିହା ଜୁନ୍ ମାସରେ ଖେଳାଯିବାକୁ ନୂଆ ସମୟ ଧାର୍ଯ୍ୟ କରାଯାଇଛି ।

Related News
satta king tw