Top Stories

Search here...

News

ଥମୁନି ପଞ୍ଜାବ କଂଗ୍ରେସ କନ୍ଦଳ; ସିଦ୍ଧୁ କହିଲେ ମୋ ଡେଣା କାଟି ଦିଆଯାଇଛି 

Posted On - 1 hour ago
Edited By Prabir Kumar
LAST UPDATED Dec 12, 2021 04:59 PM

ତାଙ୍କୁ ସଚିବ କିମ୍ବା ସାଧାରଣ ସଚିବ ନିଯୁକ୍ତ କରିବା ପାଇଁ ବି ପର୍ଯ୍ୟାପ୍ତ କ୍ଷମତା ଦିଆଯାଇ ନାହିଁ ବୋଲି ଅମୃତସରର ଏକ ରାଲିରେ କହିଛନ୍ତି ନବଜୋତ ସିଂହ ସିଦ୍ଧୁ  । 

 

BBSR Reporters

 

ନୂଆଦିଲ୍ଲୀ: ହାଇକମାଣ୍ଡ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କ ଡେଣାକୁ କାଟିଦେଇଛନ୍ତି । ସେ ଏପରି ଜଣେ କଂଗ୍ରେସ ସଭାପତି, ଯାହାର କ୍ଷମତା ନାହିଁ । ତାଙ୍କୁ ସଚିବ କିମ୍ବା ସାଧାରଣ ସଚିବ ନିଯୁକ୍ତ କରିବା ପାଇଁ ବି ପର୍ଯ୍ୟାପ୍ତ କ୍ଷମତା ଦିଆଯାଇ ନାହିଁ ବୋଲି ଅମୃତସରର ଏକ ରାଲିରେ କହିଛନ୍ତି ନବଜୋତ ସିଂହ ସିଦ୍ଧୁ  ।

 

ପଞ୍ଜାବ କଂଗ୍ରେସରେ ଏବେ ବି ସ୍ଥିତି ଠିକ୍ ନାହିଁ । କଂଗ୍ରେସ ହାଇକମାଣ୍ଡ ଏବେ ଧୀରେ ଧୀରେ ଯେପରି ନବଜୋତ ସିଂହ ସିଦ୍ଧୁଙ୍କ ପର କାଟିବାରେ ଲାଗୁଥିବା ଜଣାପଡୁଛି । ଏକ ରାଲିରେ ସମ୍ବୋଧିତ କରୁଥିବାବେଳେ କଂଗ୍ରେସ କମିଟିର ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ନିଜ ଯନ୍ତ୍ରଣା ବଖାଣିଛନ୍ତି ।

 

ଶିରୋମଣି ଅକାଳୀ ଦଳର ନେତା ସୁଖବୀର ବାଦଲ ଏବଂ ବିକ୍ରମ ମଜିଥିଆଙ୍କୁ ଟାର୍ଗେଟ କରି ସିନ୍ଧୁ କହଛନ୍ତି,  ଦୁହେଁ ବ୍ୟକ୍ତିଗତ ଫାଇଦା ପାଇଁ ପଞ୍ଜାବକୁ ବ୍ୟବହାର କରୁଛନ୍ତି । ‘ଯଦି ମୁଁ ଗୃହମନ୍ତ୍ରୀ ହୋଇଥା’ନ୍ତି ତେବେ ଉଭୟଙ୍କୁ ଗିରଫ କରିନେଇଥାନ୍ତି । ଉଭୟଙ୍କୁ (ସୁଖବୀର ବାଦଲ ଏବଂ ବିକ୍ରମ ମାଜିଥିଆ) ଦେଶ ଛାଡ଼ିବାକୁ ବାଧ୍ୟ କରିଥାନ୍ତେ ବୋଲି ସିଦ୍ଧୁ କହିଛନ୍ତି । 

 

ସୂଚନାଯୋଗ୍ୟ, ନିକଟରେ କଂଗ୍ରେସ ହାଇକମାଣ୍ଡ ସିଦ୍ଧୁଙ୍କ ଦ୍ୱାରା ଜାରି କରାଯାଇଥିବା ୨୨ ଜିଲ୍ଲା ଅଧ୍ୟକ୍ଷଙ୍କ ତାଲିକାକୁ ଖାରଜ କରି ଦେଇଥିଲା । ସିଦ୍ଧୁ ଚାହୁଁଥିଲେ ଯେ ପୂର୍ବତନ ରାଜ୍ୟ ସଭାପତି ସୁନୀଲ ଜାଖଡଙ୍କ ଦ୍ୱାରା ନିଯୁକ୍ତ ୨୨ଟି ଜିଲ୍ଲା ସଭାପତିଙ୍କୁ ହଟାଯାଉ ଏବଂ ସେ ଦେଇଥିବା ତାଲିକାରୁ ଲୋକଙ୍କୁ ନିଯୁକ୍ତ କରାଯାଉ । ତେବେ ଅନେକ ନିର୍ବାଚନ କମିଟିରୁ ସିଦ୍ଧୁଙ୍କୁ ଅଣଦେଖା କରିବା ପରେ ଦଳ ୨୨ଟି ଜିଲ୍ଲା ସଭାପତିଙ୍କ ତାଲିକା ପ୍ରକାଶ କରିଛି । ଏହି ଜିଲ୍ଲା ମୁଖ୍ୟମାନଙ୍କୁ ସିଦ୍ଧୁଙ୍କ ବିନା ପରାମର୍ଶରେ ନିଯୁକ୍ତ କରାଯାଇଛି । ଯାହାକୁ ନେଇ ସିଦ୍ଧୁ  ଏପରି ଅସହାୟ ପ୍ରକାଶ କରିଛନ୍ତି । 
 

Related News
satta king tw