Top Stories

Search here...

News

ଜର୍ମାନୀରେ ଶେଷ ହେଲା ଆଞ୍ଜେଲା ମର୍କେଲଙ୍କ ଶାସନ

Posted On - 13 minutes ago
Edited By Team BbsrReporters
LAST UPDATED Dec 09, 2021 06:24 PM

ଏଥିରେ ଆଞ୍ଜେଲା ମୋର୍କେଲଙ୍କ ଘନିଷ୍ଠ ବ୍ୟକ୍ତି ଓଲାଫ ଶୋଲ୍‌ଜ ନୂଆ ଚାନସେଲର ଭାବରେ ନିର୍ବାଚିତ ହୋଇଛନ୍ତି ।

 

 

BBSR Reporters

 

 

ନୂଆଦିଲ୍ଲୀ: ଜର୍ମାନୀରେ ଶେଷ ହେଲା ଆଞ୍ଜେଲା ମର୍କେଲଙ୍କ ଶାସନ ।  ଜର୍ମାନୀ ସଂସଦରେ ନୂଆ ଚାନସେଲର ନେଇ ମତଦାନ ହୋଇଥିଲା । ଦୀର୍ଘ ୧୬ ବର୍ଷ ପରେ ଦେଶ ପାଇଲା ନୂଆ ଶାସକ । ଏଥିରେ ଆଞ୍ଜେଲା ମୋର୍କେଲଙ୍କ ଘନିଷ୍ଠ ବ୍ୟକ୍ତି ଓଲାଫ ଶୋଲ୍‌ଜ ନୂଆ ଚାନସେଲର ଭାବରେ ନିର୍ବାଚିତ ହୋଇଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଓଲାଫ ହେଉଛନ୍ତି ଜର୍ମାନୀର ନବମ ଚାନସେଲର । ନୂଆ ଚାନସେଲର ପାଇଁ ସଂସଦର ନିମ୍ନ ସଦନରେ ମତଦାନ ହୋଇଥିଲା । ମୋଟ୍ ୭୦୭ ଭୋଟରୁ ୩୯୫ଟି ଭୋଟ୍ ଓଲାଫଙ୍କ ସମର୍ଥନରେ ପଡିଥିବା ବେଳେ ବିରୋଧରେ ୩୦୩ଟି ଭୋଟ୍ ପଡିଥିଲ । ମୋର୍କେଲଙ୍କ ସରକାରରେ ତିନୋଟି ଦଳ ସାମିଲ ଥିଲେ ।

 

 

ହେଲେ ଓଲାଫ ଚାନସେଲର ପାଇଁ ପ୍ରାର୍ଥୀ ହେବା ପରେ ମେଂଟ ସରକାରରେ ସାମିଲ ଥିବା ସହଯୋଗୀ ଦଳର ନେତା ଭୋଟ୍ ଦେଇନଥିଲେ । ଯଦି ଭୋଟ୍ ଦେଇଥାନ୍ତେ ତାହେଲେ ୪୧୬ଟି ଭୋଟ୍ ପାଇଥାନ୍ତେ ଓଲାଫ । ମୋଟାମୋଟି ଭାବରେ ସର୍ବାଧିକ ସମର୍ଥକଙ୍କ ଆଧାରରେ ଓଲାଫଙ୍କୁ ସଂସଦର ବାଚସ୍ପତି ଜର୍ମାନୀର ନୂଆ ଚାନସେଲର ଭାବରେ ଘୋଷଣା କରିଛନ୍ତି । ଆଞ୍ଜେଲାଙ୍କ ସରକାରରେ ଓଲାଫ ଥିଲେ ଉପ ଚାନସେଲର ସହିତ ଅର୍ଥ ମନ୍ତ୍ରୀ । ସେ ନିର୍ବାଚନରେ ବିଜୟୀ ହେବା ପରେ ଜର୍ମାନୀ ରାଷ୍ଟ୍ରପତି ଫ୍ରାଙ୍କ ବାଲ୍ଟର ସଟାଇନମାୟର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲୋ

Related News
satta king tw