Top Stories

Search here...

News

ଭାରତୀୟ ଦିନିକିଆ ଟିମର କ୍ୟାପଟେନ୍ ହେଲେ ରୋହିତ୍ ଶର୍ମା

Posted On - 6 minutes ago
Edited By Prabir Kumar
LAST UPDATED Dec 08, 2021 09:35 PM

ଆଜି ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ସ୍କ୍ୱାଡ୍ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ବିସିସିଆଇ ରୋହିତଙ୍କୁ ନୂଆ ଦିନିକିଆ କ୍ୟାପଟେନ୍ ଭାବେ ଘୋଷଣା କରିଛି ।

 

BBSR Reporters

 

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ବଦଳରେ ରୋହିତ୍ ଶର୍ମା ଭାରତୀୟ ଦିନିକିଆ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ବିସିସିଆଇ ଆଜି ସୂଚନା ଦେଇଛି । ରୋହିତଙ୍କୁ ଉଭୟ ଦିନିକିଆ ଓ ଟି-୨୦ ଟିମର କ୍ୟାପଟେନ୍ କରାଯାଇଥିବା ନେଇ ବିସିସିଆଇ ସ୍ପଷ୍ଟ କରିଛି ।

 


ଆଜି ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଦଳ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ବିସିସିଆଇ ରୋହିତଙ୍କୁ ନୂଆ ଦିନିକିଆ କ୍ୟାପଟେନ୍ ଭାବେ ଘୋଷଣା କରିଛି । ଦକ୍ଷିଣ ଆଫ୍ରିକା ଗସ୍ତରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ରୋହିତ୍ ଏହି ନୂଆ ଦାୟିତ୍ୱ ସମ୍ଭାଳିବେ ।

 


ସୂଚନାଯୋଗ୍ୟ, ଅତ୍ୟଧିକ କାର୍ଯ୍ୟଭାର ଯୋଗୁ କୋହଲି ଟି-୨୦ କ୍ୟାପଟେନ୍ସି ଛାଡ଼ିଥିଲେ । ଏବେ କୋହଲି ଦିନିକିଆ କ୍ୟାପଟେନ୍ ପଦ ମଧ୍ୟ ଛାଡ଼ି ଦେଇଛନ୍ତି । ଟି-୨୦ ବିଶ୍ୱକପ୍ ପୂର୍ବରୁ ବିରାଟ୍ କୋହଲି ଏହି ଫର୍ମାଟରୁ କ୍ୟାପଟେନ୍ ପଦ ଛାଡ଼ିବେ ବୋଲି ଘୋଷଣା କରିଥିଲେ । ଏପରିକି କୋହଲି ଆଇପିଏଲରେ ଆରସିବି ଟିମର କ୍ୟାପଟେନ୍ ପଦ ମଧ୍ୟ ଛାଡ଼ିଛନ୍ତି । 

 


ସେହିପରି ଖରାପ ଫର୍ମ ପାଇଁ ଅଜିଙ୍କ ରାହାଣେଙ୍କୁ ଟେଷ୍ଟ ଟିମର ଭାଇସ୍ କ୍ୟାପଟେନ୍ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ରୋହିତଙ୍କୁ ଭାଇସ୍- କ୍ୟାପଟେନ୍ କରାଯାଇଛି । ଟେଷ୍ଟ ସିରିଜ୍ ପାଇଁ ଆଜି ଭାରତ ୧୮ ଜଣିଆ ସ୍କ୍ୱାଡର ଘୋଷଣା କରାଯାଇଛି । ରୋହିତଙ୍କୁ ଦିନିକିଆ ଓ ଟି-୨୦ କ୍ୟାପଟେନ୍ କରି ବିସିସିଆଇ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଏବେ ଅଲଗା ଅଲଗା ଫର୍ମାଟ୍ ପାଇଁ ଅଲଗା କ୍ୟାପଟେନ ରହିବେ । 
 

Related News
satta king tw