Top Stories

Search here...

News

ବଢିଲା ଭାରତ ଏବଂ ରୁଷ ମଧ୍ୟରେ ନିବିଡତା

Posted On - 5 minutes ago
Edited By Team BbsrReporters
LAST UPDATED Dec 07, 2021 08:36 PM

ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଭାରତ ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ୨୮ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

 

BBSR Reporters


ନୂଆଦିଲ୍ଲୀ;ବଢିଲା ଭାରତ ଏବଂ ଋଷ ମଧ୍ୟରେ ନିବିଡତା । ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଭାରତ ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ୨୮ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏଥିସହିତ ଆତଙ୍କବାଦ ଏବଂ ଆଫଗାନିସ୍ତାନ ବାବଦରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୁଟିନଙ୍କ ଉପସ୍ଥିତିରେ ହୋଇଥିବା ଏହି ଚୁକ୍ତି ଦୁଇ ଦେଶର ସଂପର୍କକୁ ଆଗକୁ ବଢାଇବ ବୋଲି କୁହାଯାଉଛି ।

 

ଋଷ ପାଖରୁ ଭାରତ  ଅତ୍ୟାଧୁନିକ ‘ଏସ-୪୦୦’ ଏୟାର ଡିଫେନ୍ସ ମସାଇଲ ସିଷ୍ଟମ୍ ଆଣିବ ବୋଲି ଚୁକ୍ତି ସ୍ୱାକ୍ଷର ହୋଇଛି । ସ୍ଥଳଭାଗରୁ ଆକାଶ ମାର୍ଗକୁ ଲକ୍ଷ ଭେଦ କରି ପାରୁଥିବା ଏହି ଅତ୍ୟାଧୁନିକ ମିସାଇଲ ସିଷ୍ଟମ ଦ୍ୱାରା ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେବ । ଉଭୟ ସ୍ଥଳଭାଗରେ ଏବଂ ଆକାଶମାର୍ଗରେ ଶତ୍ରୁକୁ ମାତ୍ ଦେବାରେ ସକ୍ଷମ ଏହି ଏସ-୪୦୦ ଏୟାର ଡିଫେନ୍ସ ମସାଇଲ ସିଷ୍ଟମ ପାଖରେ ରହିଛି ।

 

ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଂଗଲା କହିଛନ୍ତି, ଭାରତକୁ ଏହି ମିସାଇଲ୍ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସେହିପରି ୨୦୨୧ରୁ ୩୧ ମଧ୍ୟରେ ରୁଷିଆ ସହଯୋଗରେ ଭାରତ ୬ ଲକ୍ଷରୁ ଅଧିକ ଏକେ-୨୦୩ ଅସଲ୍ଟ ରାଇଫଲ ନିର୍ମାଣ କରିବ ବୋଲି ଚୁକ୍ତି ହୋଇଛି । ୟୁପିର ଆମେଥିରେ ଏହି ବନ୍ଧୁକ କାରଖାନା ତିଆରି ହେବ ବୋଲି ଜଣାପଡିଛି । ଏହାବାଦ୍ ବ୍ୟବସାୟ, ଶକ୍ତି, ବ୍ୟାଙ୍କିଙ୍ଗ୍, ସାଇବର ଆକ୍ରମଣରୁ ସୁରକ୍ଷା, ଭୂବିଜ୍ଞାନ, ସଂସ୍କୃତି ଏବଂ ଶିକ୍ଷା ଭଳି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

Related News
satta king tw