Top Stories

Search here...

News

ବିହାର ବିଧାନସଭା ପରିସରରୁ ମିଳିଲା  ମଦ ବୋତଲ

Posted On - 17 hours ago
Edited By Team BbsrReporters
LAST UPDATED Dec 02, 2021 05:42 AM

ମୁଖମନ୍ତ୍ରୀଙ୍କ ଚେମ୍ବରରୁ ଅଳ୍ପ ଦୂରରେ ଭିନ୍ନ ଭିନ୍ନ ବ୍ରାଣ୍ଡ ର ଖାଲି ମଦ ବୋତଲ ମିଳିଛି ।  

 

 

BBSR Reporters

 

ବିହାର: ବିହାର ବିଧାନସଭା ପରିସର ଭିତରୁ ମଦ ବୋତଲ ଠାବ ହୋଇଛି । ଯହାକୁ ନେଇ ବର୍ତମାନ ବିହାର ରାଜନୀତି ସରଗରମ ହୋଇ ଉଠିଛି ।  ମୁଖମନ୍ତ୍ରୀଙ୍କ ଚେମ୍ବରରୁ ଅଳ୍ପ ଦୂରରେ ଭିନ୍ନ ଭିନ୍ନ ବ୍ରାଣ୍ଡ ର ଖାଲି ମଦ ବୋତଲ ମିଳିଛି ।   ବିହାର ର ପୂର୍ବତନ ମୁଖ୍ୟମନ୍ତ୍ରାୀ ଘଟଣା କୁ ନେଇ  ସରକାରଙ୍କୁ ବିରୋଧ ପ୍ରଦର୍ସନ କରିଛନ୍ତି ।

 

 

ସେହିପରି ବିରୋଧୀଦଳ ଏହି ଘଟଣାକୁ ଅଦଭୁତ କହିବା ସହ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ଇସ୍ତଫା ଦାବି କରିଛି । ଏ ଘଟଣା ବିହାରରେ ଚାଲିଥିବା ବେଧଡକ ମଦ କାରବାର କୁ ସ୍ପଷ୍ଟ କରିଛି ବିରୋଧୀଲ କହିଛନ୍ତି ।  ବିହାର ଭଳି ଏକ ମଦ ମୁକ୍ତ ରାଜ୍ୟରେ ମଦ ମିଳିବା ତା ପୁଣି ବିଧାନସଭା ପରିସରରୁ ରାଜ୍ୟବାସିଙ୍କୁ  ଆଶ୍ଚର୍ଯ୍ୟ କରିଛି । ଏ ପ୍ରସଙ୍ଗକୁ ନେଇ ବିଧାନସଭାରେ ଆଲୋଚନା କରିବା ସହ ଏହା ଏକ ଗମ୍ଭିର ମାମାଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନିତୀଶ କୁମାର ।

 

ସେ କହିଛନ୍ତି, ବିଧାନସଭା ଅଧ୍ୟକ୍ଷଙ୍କ ନିର୍ଦେଶ କ୍ରମେ ମାମଲାର ଯାଂଚ ପାଇ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିପିଙ୍କୁ  ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଘଟଣାକୁ କଡା ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ମଦ ମାଫିଆଙ୍କ ସହ ସମ୍ପର୍କ ଥିବା କହିଛନ୍ତି ଆରଜେଡି ନେତା ତେଜସ୍ୱି ଯାଦବ । ସେପଟେ ମାମଲାର କଡା ଯାଂଚ ହେବା ସହ ମଦ ବନ୍ଦ ଆଇନକୁ ସଫଳ କରିବା ପାଇଁ ସରାକାର ସବୁ ଦିଗରେ ଚେଷ୍ଟିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ନିତୀଶ କୁମାର ।

Related News
satta king tw