Top Stories

Search here...

News

ଦରଦାମ ବୃଦ୍ଧି, ଚାଷି ମୃତ୍ୟୁ ଏବଂ ସାଂସଦକୁ ନିଳମ୍ବନ କରିବା ପ୍ରସଙ୍ଗରେ ଆଜି ସଂସଦରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ

Posted On - 1 month ago
Edited By Archana Aluk
LAST UPDATED Jan 10, 2022 08:53 PM

ଏପରିକି ଚାଲିଥିବା ଅଧିବେଶନ ମଧ୍ୟରେ ଟିଏମସି, ଏନସିପି, ଓ ଆରଜେଡିର ସାଂସଦମାନେ ଅଧିବେଶନ ଅଧାରୁ ଗୃହ ଛାଡି ବାହାରକୁ ଚାଲିଯାଇଥିବା ଦେଖିବାକୁ ମିଳିଛି ।

 

 

BBSR Reporters

 

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି, ଚାଷି ମୃତ୍ୟୁ ଏବଂ ସାଂସଦକୁ ନିଳମ୍ବନ କରିବା ପ୍ରସଙ୍ଗରେ ଆଜି ସଂସଦରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏପରିକି ଚାଲିଥିବା ଅଧିବେଶନ ମଧ୍ୟରେ ଟିଏମସି, ଏନସିପି, ଓ ଆରଜେଡିର ସାଂସଦମାନେ ଅଧିବେଶନ ଅଧାରୁ ଗୃହ ଛାଡି ବାହାରକୁ ଚାଲିଯାଇଥିବା ଦେଖିବାକୁ ମିଳିଛି ।

 

 

ସେପଟେ ନିଳମ୍ବିତ ୧୨ ସାଂସଦକୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନିଳମ୍ବିତ ସାଂସଦକୁ ଭେଟିବା ସହ ଗନ୍ଧୀଙ୍କ ପ୍ରତିମୁର୍ତି ତଳେ ଧାରଣାରେ ବସିଛନ୍ତି ରାହୁଲ । ଅନ୍ୟପଟେ ନିଳମ୍ବିତ ସାଂସଦ କ୍ଷମା ମାଗିବା ପରିବର୍ତେ ପ୍ରହସନ କରୁଛନ୍ତି ବୋଲି ବିଜେପି କହିଛି । କ୍ଷମା ମାଗିବା ଦ୍ୱାରା କେହି ବଡ କିମ୍ବା ଛୋଟ ହୋଇନଥାଏ  ବୋଲି  କହିଛନ୍ତି କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବବାସ ନକବି । ସେହିପରି ସରକାର ବିରୋଧୀଙ୍କ ସହ ଆଲୋଚନା ଚାହୁଁନଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ।

Related News
satta king tw