Top Stories

Search here...

News

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ସମ୍ପ୍ରସାରଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ 

Posted On - 6 minutes ago
Edited By Prabir Kumar
LAST UPDATED Dec 08, 2021 09:11 PM

ଓଡିଶା ସମେତ ଦେଶର ସବୁ ଗ୍ରାମାଂଚଳରେ ସମସ୍ତଙ୍କ ପାଇଁ ପକ୍କା ଘର ଲକ୍ଷ୍ୟ ହେବ ପୂରଣ - ଧର୍ମେନ୍ଦ୍ର ପ୍ରଧାନ 

 

BBSR Reporters


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମଏୱାଇ-ଜି)କୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ ଓଡିଶା ସମେତ ଦେଶର ସବୁ ଗ୍ରାମାଂଚଳରେ ସମସ୍ତଙ୍କ ପାଇଁ ପକ୍କା ଘର ଲକ୍ଷ୍ୟକୁ ପୂରଣ କରିବ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣକୁ ସମ୍ପ୍ରସାରଣ କରିବା ପାଇଁ ମଞ୍ଜୁରୀ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ପିଏମ ଗ୍ରାମୀଣ ଆବାସ ଯୋଜନାର ସମ୍ପ୍ରସାରଣ ଦ୍ୱାରା ମୋଦି ସରକାରଙ୍କର ମୌଳିକ ସୁବିଧା ସହ ୨.୯୫ କୋଟି ପକ୍କା ଘର ନିର୍ମାଣର ଲକ୍ଷ୍ୟକୁ ହାସଲ କରିବ । ବଳକା ୧୫୫.୭୫ ଲକ୍ଷ ଘରର ନିର୍ମାଣ ପାଇଁ ମଧ୍ୟ ସହାୟତା ଦିଆଯିବା ନିଷ୍ପତି ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

 

ଏହାବ୍ୟତିତ କେନ୍-ବେତ୍ୱା ନଦୀକୁ ସଂଯୋଗ କରିବାର ଯୋଜନାକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁର ଦେଇଛି । ଏହି ନିଷ୍ପତି ଦ୍ୱାରା ବୁନେ୍ଦଲଖଣ୍ଡ ଅଂଚଳର ସାମାଜିକ ଓ ଆର୍ଥିକ ବିକାଶରେ ଏକ ବଡ ପରିବର୍ତନ ହେବ । ଏହି ପ୍ରକଳ୍ପ ଦ୍ୱାରା ଜଳସେଚନ ସମସ୍ୟା ଦୂର ହେବ । କୃଷି କାର୍ଯ୍ୟ ସହଜ ହେବ ଏବଂ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମଧ୍ୟ ଉପଲବ୍ଧ ହେବ । ଅଂଚଳର ବିସ୍ଥାପନ ସମସ୍ୟା ଦୂର ହେବା ସହ ଆଗାମୀ ଦିନରେ ଆହୁରି ନଦୀକୁ ସଂଯୋଗୀକରଣ ହେବାର ମାର୍ଗ ପ୍ରଶସ୍ତ କରିବ । ଦେଶର ବିକାଶରେ ପାଣିର ସମସ୍ୟା ନହେଉ, ଏଥିପାଇଁ ମୋଦି ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତିା

Related News
satta king tw