Top Stories

Search here...

News

ସିଡିଏସଙ୍କ ହେଲିକପ୍ଟର ଦୁର୍ଘଟଣା ପରେ ଦେଶରେ ଏବେ ସରକାରଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ

Posted On - 16 minutes ago
Edited By Team BbsrReporters
LAST UPDATED Dec 09, 2021 05:59 PM

ପଡୋଶୀ ଦେଶ ଚୀନ୍ ଏବଂ ପାକିସ୍ତାନ ପାଇଁ ଦେଶର ସୁରକ୍ଷା ଏବେ ବଡ ଚ୍ୟାଲେଞ୍ଜ ରହିଛି । 

 

 

BBSR Reporters

 

 

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସଙ୍କ ମୃତ୍ୟୁ ଘଟିଛି । ଏହାପରେ ସରକାରଙ୍କ ଆଗରେ ଅନେକ ନୂଆ ଚ୍ୟାଲେଞ୍ଜ ଉଭା ହୋଇଛି । ପଡୋଶୀ ଦେଶ ଚୀନ୍ ଏବଂ ପାକିସ୍ତାନ ପାଇଁ ଦେଶର ସୁରକ୍ଷା ଏବେ ବଡ ଚ୍ୟାଲେଞ୍ଜ ରହିଛି । ତେଣୁ ଦୀର୍ଘ ସମୟ ଧରି ଏହି ପଦ ଖାଲି ରହିବା ଠିକ୍ ନୁହେଁ । ପୂର୍ବରୁ ଯଦିଓ ସେନାର ଏହି ପଦ ନଥିଲା କିନ୍ତୁ ମୋଦୀ ସରକାର କ୍ଷମତାକୁ ଆସିବା ପରେ ପରେ ତିନି ସେନାର ମୁଖିଆ ରହିବା  ଆବଶ୍ୟକ ବୋଲି ହୃଦବୋଧ କରିଥିଲୋ ଆଉ ଏହାପରେ ଚିଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ ପଦ ତିଆରି ହୋଇଥିଲା ।.

 

 

ମିଳିଥିବା ସୂଚନା ଅନୁଯାୟୀ  ବିପିନ ରାୱତଙ୍କ ଉତରାଧିକାରୀ ଘୋଷଣା ହେବା ସହିତ ସେନା ପାଇଁ ସେକ୍ସନ ପ୍ଲାନ ଆସିବ ବୋଲି ସୂଚନା ରହିଛି । ଯାହାକି ଖୁବଶୀଘ୍ର ପୂରଣ ହେବ । ତେବେ ନୂଆ ସିଡିଏସ କିଏ ହେବେ ସେ ନେଇ ବିଚାର ବିମର୍ଶ ଚାଲିଛି । ବିପିନ ରାୱତଙ୍କ ମୃତ୍ୟୁ ପରେ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱଣେ ବରିଷ୍ଠ ଅଧିକାରୀ ରହିଛନ୍ତି । ଯିଏକି ଦେଶରେ ବରିଷ୍ଠ ସେନା ଅଧିକାରୀ । ଏହାପରେ ବାୟୁସେନା ପ୍ରମୁଖ ଏୟାର ଚିଫ୍ ଚିଫ୍ ମାର୍ଶଲ ବିବେକ ରାମ ଚୌଧୁରୀ ଏବଂ ନେଭି ମୁଖ୍ୟ ଏଡମିରଲ ଆର ହରି କୁମାର ରହିଛନ୍ତି । କିନ୍ତୁ ସରକାର ଯଦି ବରିଷ୍ଠତାକୁ ଗୁରୁତ୍ୱ ଦେବେ ତାହେଲେ ମନୋଜ ମୁକୁନ୍ଦ ନରୱଣେ ନୂଆ ସିଡିଏସ ହେବାର ସମ୍ଭାବନା ଅଧିକ ରହିଛି । ଯଦି ଏହା ହୁଏ ତାହେଲେ ସେନାର ମୁଖିଆ ପଦ ଖାଲି ପଡିବ । ଅନ୍ୟପଟେ ମନୋଜ ମୁକୁନ୍ଦ ନରୱଣେ ଆସନ୍ତା ବର୍ଷ ଏପ୍ରିଲରେ ଅବସର ନେବେ ।

 

 

 ଯଦିଓ ସିଡିଏସ ପଦରେ ଯିଏ ରହିବେ ତାଙ୍କ ଅବଧି ବଢାଇବାକୁ ସରକାରଙ୍କ ପାଖରେ ସ୍ୱତନ୍ତ୍ର କ୍ଷମତା ରହିଛି । କିନ୍ତୁ ସରକାର ଯଦି ବରିଷ୍ଠତାକୁ ଗୁରୁତ୍ୱ ନଦେଇ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ସିଡିଏସ ନିଯୁକ୍ତ କରିବାକୁ ଚାହିଁବେ ତାହେଲେ ଆଉ କୌଣସି ସେନା ଅଧିକାରୀଙ୍କ ଉପରେ ସରକାର ମୋହର ମାରି ମାରନ୍ତି । ତେବେ ଜେନେରାଲ ରାୱତଙ୍କ ମୃତ୍ୟୁ ପରେ ସେନା ବଳର ସେକ୍ସନ ଲାଇନ୍‌-ଅପ ଉପରେ ପ୍ରଭାବ ପଡିବ ବୋଲି ସୂଚନା ରହିଛି । ଗତକାଲି ସୁରକ୍ଷା ସଂପର୍କୀତ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିପିନ ରାୱତଙ୍କ ଦୁର୍ଘଟଣା ବାବଦରେ ଅବଗତ କରାଯାଇଥିଲା । ଏହି ବୈଠକରେ ପରବର୍ତୀ ସିଡିଏସ କିଏ ହେବେ ସେନେଇ ଆଲୋଚନା ହୋଇଥିବା ସୂଚନା ରହିଛି । ଆଗାମୀ ୭ରୁ ୧୦ ଦିନ ମଧ୍ୟରେ ନୂଆ ସିଡିଏସଙ୍କ ନାଁ ଘୋଷଣା କରିପାରନ୍ତି ସରକାର ।

Related News
satta king tw