Top Stories

Search here...

News

୫୭ ବର୍ଷ ବୟସରେ ପୁଣି ବାପା ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

Posted On - 7 minutes ago
Edited By Prabir Kumar
LAST UPDATED Dec 09, 2021 08:16 PM

ବୋରିସ୍ ଜନସନ ପୂର୍ବରୁ ଦୁଇଥର ବିବାହ କରିସାରିଛନ୍ତି ଏବଂ ତାଙ୍କର ୬ଟି ସନ୍ତାନ ଅଛି ।

 

BBSR Reporters


ଇଂଲଣ୍ଡ: ୫୭ ବର୍ଷ ବୟସରେ ପୁଣି ବାପା ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ତାଙ୍କ ଘରକୁ ଆସିଲେ କୁନି ସଦସ୍ୟ । ତାଙ୍କ ପନôୀ କେରୀ ଗୁରୁବାର ଦିନ ଲଣ୍ଡନର ଏକ ହସ୍ପିଟାଲରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

 

ବୋରିସ ଜନ୍ସନ୍ ଏବଂ କେରି ଦୁହେଁ ୨୦୧୮ରୁ ଏକାଠି ରହୁଛନ୍ତି । ୨୦୧୯ରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା । ଚଳିତ ବର୍ଷ ମେ’ ୨୯ରେ ସେମାନେ ୱେଷ୍ଟମିନିଷ୍ଟର କ୍ୟାଥେଡ୍ରଲରେ ଏକ ଗୁପ୍ତ ସମାରୋହରେ ବିବାହ କରିଥିଲେ । ଏହି ବିବାହ ସମାରୋହରେ କେବଳ ୩୦ ଜଣ ଅତିଥି ଅଂଶଗ୍ରହଣ କରିଥିଲେ । ୫୭ ବର୍ଷିୟ ବୋରିସ୍ ଜନସନ ପୂର୍ବରୁ ଦୁଇଥର ବିବାହ କରିସାରିଛନ୍ତି ଏବଂ ତାଙ୍କର ୬ଟି ସନ୍ତାନ ଅଛି ।


ତେବେ ନବ ଜନ୍ମିତ ଝିଅର ନାଁ କ’ଣ ରଖିବେ ସେ ନେଇ କିଛି ଘୋଷଣା ହୋଇନାହିଁ । ନବଜନ୍ମିତ ଝିଅର ନାଁ ଏବେ ବଷ୍ଟର ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଗତବର୍ଷ ଏପ୍ରିଲାରେ ବୋରିସଙ୍କ ପୁଅ ୱିଲ୍େଫ୍ରଡ ଜନ୍ମ ହୋଇଥିଲେ । ପ୍ରଧାନମନ୍ତ୍ରୀ ବୋରିସ ତାଙ୍କ ଜେଜେବାପାଙ୍କ ନାଁ ଅନୁଯାୟୀ ପୁଅର ନାଁ ରଖିଥିଲେ । ବୋରିସଙ୍କ ପୁଅର ପୂରା ନାଁ ୱିଲ୍େଫ୍ରଡ୍ ଲରି ନିକୋଲସ୍ ଜନ୍ସନ୍ । ବୋରିସଙ୍କ ଜେଜେ ମା’ଙ୍କ ନାଁ ବଷ୍ଟର ଥିଲା । 

Related News
satta king tw