Top Stories

Search here...

News

ହରିଦ୍ୱାରରେ ସିଡିଏସ୍ ବିପିନ ରାୱତ ଓ ସ୍ତ୍ରୀଙ୍କ ଚିତାଭସ୍ମ ବସର୍ଜନ କଲେ ଦୁଇ ଝିଅ

Posted On - 7 minutes ago
Edited By Team BbsrReporters
LAST UPDATED Dec 11, 2021 01:39 PM

ଏହି ଅବସରରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ଏବଂ ଆଉ କେତେକ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

 

BBSR Reporters

 

ନୂଆଦିଲ୍ଲୀ: ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ସ୍ତ୍ରୀ ମଧୁଲିକାଙ୍କ ଚିତା ଭସ୍ମ୍ମ ଆଜି ଉତ୍ତରାଖଣ୍ଡସ୍ଥିତ ହରିଦ୍ୱାରରେ ପ୍ରବାହିତ ଗଙ୍ଗା ନଦୀରେ ବିସର୍ଜନ କରିଛନ୍ତି ଦୁଇ ଝିଅ କୃତିକା ଓ ତାରିଣି ।  ଆଜି ଦିଲ୍ଲୀର ଶ୍ମଶାନରୁ ମାତାପିତାଙ୍କ ଚିତାଭସ୍ମ ନେଇ ହରିଦ୍ୱାର ଯାଇଥିଲେ । 


ଏହି ଅବସରରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ଏବଂ ଆଉ କେତେକ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଶୁକ୍ରବାର ଅପରାହ୍ଣରେ ଶବଦାହ ପରେ ଜେନେରାଲ୍ ରାୱତ୍ଙ୍କ ଶାଳକ ଯଶୋବର୍ଦ୍ଧନ ସିଂହ ଗଣମାଧ୍ୟମକୁ କହିଥିଲେ, ଆସନ୍ତାକାଲି ବଡ଼ି ସକାଳୁ ଆମେ କଳସୀରେ ଚିତାଭସ୍ମ ସଂଗ୍ରହ କରି ହରିଦ୍ୱାର ଅଭିମୁଖେ ଯିବୁ । ସେଠାରେ ଚିତାଭସ୍ମକୁ ପବିତ୍ର ଗଙ୍ଗାରେ ବିସର୍ଜନ କରାଯାଇ କିଛି କ୍ରିୟାକର୍ମ କରାଯିବ ବୋଲି କହିଥିଲେ ।

Related News
satta king tw