Top Stories

Search here...

News

ଗୋଆ ବିଧାନସଭା ନିର୍ବାଚନ; ଟିଏମସି ସହ ମେଣ୍ଟହେବ ନାହିଁ କହିଲେ ଆପ୍ ପ୍ରଭାରୀ

Posted On - 7 minutes ago
Edited By Prabir Kumar
LAST UPDATED Dec 12, 2021 04:09 PM

 ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ସମସ୍ତ ୪୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଘୋଷଣା କରିଥିବା ଟିଏମସି ରାଜ୍ୟର ସର୍ବପୁରାତନ ଆଞ୍ଚଳିକ ସଂଗଠନ ମହାରାଷ୍ଟ୍ରୱାଡି ଗୋମନ୍ତକ ପାର୍ଟି ସହ ମେଣ୍ଟ କରିଛି ।

 

BBSR Reporters

 

ପାନାଜୀ: ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ସହିତ ଏହାର ମେଣ୍ଟ ହେବ ନାହିଁ ବୋଲି କହିଛି ଆମ୍ ଆଦମୀ ପାର୍ଟି (ଆପ୍)  । ଆପ୍ର ଗୋଆ ପାଇଁ ପ୍ରଭାରୀ ଥିବା ଆତିଶି କହିଛନ୍ତି ଯେ ଆପ୍ ଭଲ ପ୍ରାର୍ଥୀଙ୍କ ସହ ଗୋଆକୁ ଏକ ନୂତନ ବିକଳ୍ପ ପ୍ରଦାନ କରିବାକୁ ଏବଂ ଏକ ସଚ୍ଚୋଟ ଏବଂ ଦୁର୍ନୀତିମୁକ୍ତ ସରକାର ଗଠନ କରିବାକୁ ସ୍ଥିର କରିଛି ।


 ଆସନ୍ତା ବର୍ଷ ପ୍ରାରମ୍ଭରେ ଗୋଆ ବିଧାନସଭା ନିର୍ବାଚନ ହେବାର ଅଛି । ପ୍ରଭାରୀ ଆତିଶି କହିଛନ୍ତି ଯେ ମୁଁ ସମ୍ପୂର୍ଣ୍ଣ ଦାୟିତ୍ୱ ସହିତ କହୁଛି ଯେ ଟିଏମସି ସହିତ ଆମ ଦଳର କୌଣସି ମେଣ୍ଟ ହେବ ନାହିଁ । ତେଣୁ, ସେମାନଙ୍କ ସହିତ କୌଣସି କଥାବାର୍ତ୍ତା ହେବାର ପ୍ରଶ୍ନ ଉଠୁ ନାହିଁ । 

 

ସୂଚନାଯୋଗ୍ୟ, ନିକଟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଆପ୍ ଗୋଆରେ ଟିଏମସି ସହିତ ମେଣ୍ଟ କରିବାକୁ ଚାହୁଁଛି ଏବଂ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳ ଏପର୍ଯ୍ୟନ୍ତ ଏହି ପ୍ରସ୍ତାବ ଉପରେ ନିଷ୍ପତ୍ତି ନେଇନାହିଁ । କିନ୍ତୁ ଏହି ପ୍ରସ୍ତାବ ପ୍ରସଙ୍ଗରେ ଦୁଇ ପକ୍ଷ ଏକ ପର୍ଯ୍ୟାୟ ଆଲୋଚନା କରିଥିବା କଥାକୁ  ଖଣ୍ଡନ କରି ଆତିଶି କହିଛନ୍ତି ଆପ୍ ନିଜେ ବିନା କୌଣସି ମେଣ୍ଟରେ ଗୋଆ ବିଧାନସଭା ର୍ନିବାଚନ ଲଢିବାକୁ ନିଷ୍ପତ୍ତି ନେଇଛି ।

 

ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆପ୍ ୨୦୧୭ ଗୋଆ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, କିନ୍ତୁ ଗୋଟିଏ ବି ଆସନ ଜିତି ପାରି ନଥିଲା । ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ସମସ୍ତ ୪୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଘୋଷଣା କରିଥିବା ଟିଏମସି ରାଜ୍ୟର ସର୍ବପୁରାତନ ଆଞ୍ଚଳିକ ସଂଗଠନ ମହାରାଷ୍ଟ୍ରୱାଡି ଗୋମନ୍ତକ ପାର୍ଟି ସହ ମେଣ୍ଟ କରିଛି ।

 

୨୦୧୭ ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ୧୭ଟି ଆସନ ଜିତି ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଥିଲା, କିନ୍ତୁ ସରକାର ଗଠନକରିବାରେ ବିଫଳ ହୋଇଥିଲା । ପରେ, ବିଜେପି ରାଜ୍ୟରେ ସରକାର ଗଠନ ପାଇଁ କିଛି ଆଞ୍ଚଳିକ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ମେଣ୍ଟ କରିଥିଲା ।
 

Related News
satta king tw