Top Stories

Search here...

News

ଚାରି ଧାମ ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ; କହିଲେ ସୀମା ସୁରକ୍ଷା ପାଇଁ ଆବଶ୍ୟକ 

Posted On - 8 minutes ago
Edited By Team BbsrReporters
LAST UPDATED Dec 14, 2021 02:41 PM

ପ୍ରତିରକ୍ଷା ରଣନୀତି ଦୃଷ୍ଟି କୋଣରୁ ଚାରି ଧାମ ରାସ୍ତା ଚଉଡ଼ା କରିବାର ଆବଶ୍ୟକ ରହିଛି ବୋଲି କେନ୍ଦ୍ର ସରକାର ଯୁକ୍ତି ଉପସ୍ଥାପନ କରିଥିଲେ । ଏହି ରାସ୍ତା କେଦାରନାଥ, ବଦ୍ରିନାଥ, ଗାଙ୍ଗୋତ୍ରି ଏବଂ ଯମୁନୋତ୍ରି ଭଳି ୪ ଧର୍ମପୀଠକୁ ମଧ୍ୟ ସଂଯୋଗ କରିବ ।

 

BBSR Reporters

 

ନୂଆଦିଲ୍ଲୀ: ଚାରି ଧାମ ପ୍ରକଳ୍ପ ଅଧୀନରେ ରାସ୍ତା ଓସାର କରିବା ପାଇଁ କରାଯାଉଥିବା ଉଦ୍ୟମକୁ ସବୁଜ ସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରତିରକ୍ଷା ରଣନୀତି ଦୃଷ୍ଟି କୋଣରୁ ଚାରି ଧାମ ରାସ୍ତା ଚଉଡ଼ା କରିବାର ଆବଶ୍ୟକ ରହିଛି ବୋଲି କେନ୍ଦ୍ର ସରକାର ଯୁକ୍ତି ଉପସ୍ଥାପନ କରିଥିଲେ । ଏହାକୁ ସୁପ୍ରିମକୋର୍ଟ ଗ୍ରହଣ କରି ପ୍ରକଳ୍ପ କାମକୁ ଅନୁମତି ଦେଇଛନ୍ତି ।

 

ଖଣ୍ଡପୀଠ କହିଛନ୍ତି, ସୀମା ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଜରୁରୀ । ବିଗତ ସମୟରେ ଜାତୀୟ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ସେନା ଯବାନ ଓ ବିଭିନ୍ନ ସାମଗ୍ରୀର ଗତିବିଧି ଠିକ ଭାବେ ହେବା ଦରକାର । ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ସବୁ ଉପରେ ପାରଙ୍ଗମ ଓ ଆବଶ୍ୟକ ଅପେରସନ ଉପରେ ନିଷ୍ପତ୍ତି ନେବାକୁ ସକ୍ଷମ ।

 

ସୀମାର ସୁରକ୍ଷା ପାଇଁ ଆର୍ମ ଫୋର୍ସର ଭିତ୍ତିଭୂମି ସୁଦୃଢ଼ ହେବା ଦରକାର । ପ୍ରତିରକ୍ଷା ରଣନୀତି ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ଜାତୀୟ ରାଜପଥକୁ କେବେ ହେଲେ ଅନ୍ୟ ପାହାଡ଼ିଆ ଅଞ୍ଚଳର ଭିତ୍ତିଭୂମି ସହ ତୁଳନା କରାଯାଇ ପାରିବ ନାହିଁ । ନ୍ୟାୟିକ ସମୀକ୍ଷାରେ ସେନାର ସୁରକ୍ଷା ଭିତ୍ତିଭୂମିକୁ ଅଦାଲତ ସ୍ଥିର କରିପାରିବେ ନାହିଁ ।

 

ଜାତୀୟ ରାଜପଥ ପାଇଁ ରାସ୍ତାର ଚଉଡ଼ା ବୃଦ୍ଧି କରିବା ପଛରେ ପ୍ରତିରକ୍ଷା ମନ୍ତ୍ରଣାଳୟର କୌଣସି ମନ୍ଦ ଉଦେ୍ଧଶ୍ୟ ନାହିଁ । ଅଦାଲତ କେବେ ହେଲେ ସଶସ୍ତ୍ର ବାହିନୀର ଭିତ୍ତିଭୂମି ଆବଶ୍ୟକତାକୁ ନେଇ କୌଣସି ପ୍ରକାରର ପଦକ୍ଷେପ ନେଇ ପାରିବେ ନାହିଁ । ପରିବେଶର ସ୍ୱାର୍ଥକୁ ଦୃଷ୍ଟିରୁ ସମସ୍ତ ବ୍ୟବସ୍ଥା କରାଯାଇ ପାରିବ ବୋଲି ଖଣ୍ଡପୀଠ କହିଛନ୍ତି । ଶୁଣାଣି ବେଳେ ସୁପ୍ରିମକୋର୍ଟ ଆବେଦନକାରୀ ପରିବେଶ ସୁରକ୍ଷା ନେଇ ଉଠାଇଥିବା ପ୍ରଶ୍ନକୁ ମଧ୍ୟ ଗୁରୁତ୍ୱର ସହ ନେଇଥିଲେ ।

 

 ପରିବେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରକଳ୍ପ କାମ କରିବା ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଜ୍ ଜଷ୍ଟିସ୍ ଏକେ ସିକ୍ରିଙ୍କ ନେତୃତ୍ୱରେ ଗୋଟିଏ କମିଟି ଗଠନ କରାଯାଇଥିବା ଖଣ୍ଡପୀଠ କହିଛନ୍ତି । ଏହି କମିଟି ପ୍ରତି ୪ ମାସରେ ପ୍ରକଳ୍ପ କାମ କେତେ ବାଟ ଗଲା ତା’ର ରିପୋର୍ଟ ସୁପ୍ରିମକୋର୍ଟକୁ ଦେବେ । ସୂଚନାଯୋଗ୍ୟ, ଚାରି ଧାମ ପ୍ରକଳ୍ପ ଯୋଜନାରେ ରାସ୍ତା ଚଉଡ଼ା କରିବାକୁ ଯୋଜନା ହୋଇଛି । ଏହି କାରଣରୁ ହଜାର ହଜାର ଗଛ କଟା ଯିବ । ତେଣୁ ଏହା ବିରୋଧରେ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା । 

 


ସୁପ୍ରିମକୋର୍ଟ ୧୧ ନଭେମ୍ବରରେ ଆବେଦନ ଶୁଣାଣି କରି ସବୁ ପକ୍ଷଙ୍କୁ ଜବାବ ତଲବ କରିଥିଲେ । ପ୍ରାୟ ୯୦୦ କିଲୋମିଟରର ଚାରି ଧାମ ଅଲ ୱେଦର ପ୍ରକଳ୍ପରେ ରାସ୍ତାର ଚଉଡ଼ା କରାଯାଇପାରିବ କି ନାହିଁ, ତା’ର ନିଷ୍ପତ୍ତି ସୁପ୍ରିମକୋର୍ଟ ନେବାର ଥିଲା । କେନ୍ଦ୍ର ସରକାର ଶୁଣାଣି ବେଳେ କହିଥିଲେ ଯେ ଏହା ହେଉଛି ଭାରତ-ଚାଇନା ମଧ୍ୟରେ ଥିବା ଏଲଏସି ନିକଟବର୍ତ୍ତୀ ଅଞ୍ଚଳ । ତେଣୁ ଏଠାରେ ସେନାର ଗତିବିଧି ପାଇଁ ରାସ୍ତା ଚଉଡ଼ା ହେବା ଜରୁରୀ । ପ୍ରତିରକ୍ଷା ରଣନୀତିକ ଦୃଷ୍ଟି କୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ । 

 


ଉତ୍ତରାଖଣ୍ଡର ସମ୍ବେଦଶୀଳନ ଅଞ୍ଚଳରେ ଏହି ପ୍ରକଳ୍ପ କାମ ଚାଲିବ । ପ୍ରକଳ୍ପ କାମ ଶେଷ ହେବା ପରେ ଏହି ରାସ୍ତା କେଦାରନାଥ, ବଦ୍ରିନାଥ, ଗାଙ୍ଗୋତ୍ରି ଏବଂ ଯମୁନୋତ୍ରି ଭଳି ୪ ଧର୍ମପୀଠକୁ ମଧ୍ୟ ସଂଯୋଗ କରିବ ।

Related News
satta king tw