Top Stories

Search here...

News

ରାଜନୀତିରୁ ଦୂରେଇ ରହିବେ କୃଷକ ନେତା ରାକେଶ ଟିକାୟତ୍

Posted On - 6 minutes ago
Edited By Prabir Kumar
LAST UPDATED Dec 12, 2021 06:02 PM

କୃଷକ ଆନେ୍ଦାଳନର ଅନ୍ତ ଘଟିବା ପରେ, ସମସ୍ତଙ୍କ ମନରେ ବର୍ତ୍ତମାନ ପ୍ରଶ୍ନ ଥିଲା କୃଷକ ନେତା ରାକେଶ ଟିକାୟତଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ?

 

BBSR Reporters


ନୂଆଦିଲ୍ଲୀ: ରାଜନୀତିରୁ ଦୂରେଇ ରହିବେ କୃଷକ ନେତା ରାକେଶ ଟିକାୟତ୍ । କୃଷକ ନେତା ରବିବାର ସ୍ପଷ୍ଟ କରି ଦେଇିଛନ୍ତି ଯେ ଭାରତୀୟ କିଷାନ ୟୁନିୟନ (ବିକେୟୁ) ଉତ୍ତରପ୍ରଦେଶ ନିର୍ବାଚନରେ କୌଣସି ଦଳକୁ ସମର୍ଥନ କରିବ ନାହିଁ  । ଏଥିସହ ରାଜନୀତିରୁ ନିଜକୁ ଦୂରେଇ ରଖିବ ।


ଚଳିତ ସପ୍ତାହରେ ବର୍ଷାଧିକ କାଳ ଧରି ଚାଲିଥିବା କୃଷକ ଆନେ୍ଦାଳନର ଅନ୍ତ ଘଟିବା ପରେ, ସମସ୍ତଙ୍କ ମନରେ ବର୍ତ୍ତମାନ ପ୍ରଶ୍ନ ଥିଲା- କୃଷକ ନେତା ରାକେଶ ଟିକାୟତଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ? ସେ କ’ଣ ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି?


କାରଣ, କୃଷକ ସଂଗଠନ ଭାରତୀୟ କିଷାନ ୟୁନିୟନ (ବିକେୟୁ)ର ଜାତୀୟ ମୁଖପାତ୍ର ଥିବା ରାକେଶ ଟିକାୟତ ଥିଲେ କୃଷକ ଆନେ୍ଦାଳନର ଚେହେରା । ତାଙ୍କରି ନେତୃତ୍ୱରେ ବର୍ଷାଧିକ କାଳ ଧରି ଚାଲିଥିଲା କୃଷକଙ୍କ ଆନେ୍ଦାଳନ; ଯାହା କେନ୍ଦ୍ର ସରକାରଙ୍କୁ କୃଷକଙ୍କ ଦାବିକୁ ଗ୍ରହଣ କରିବା ପାଇଁ ବାଧ୍ୟ କରିବା ଏବଂ କୃଷକଙ୍କ ଦାବି ମୁତାବକ ତିନିଟି ବିବାଦୀୟ କୃଷି ଆଇନକୁ ରଦ୍ଧ କରିବା ସହିତ ଶେଷ ହୋଇଥିଲା ।

 

ଏପରିସ୍ଥିତିରେ କୃଷକ ଆନେ୍ଦାଳନର ଅନ୍ତ ଘଟିବା ପରେ, ସମସ୍ତଙ୍କ ମନରେ ବର୍ତ୍ତମାନ ପ୍ରଶ୍ନ ଥିଲା କୃଷକ ନେତା ରାକେଶ ଟିକାୟତଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ? ଉତ୍ତରପ୍ରଦେଶ ରାଜ୍ୟ ବିଧାନସଭା ନିର୍ବାଚନରେ ତାଙ୍କର ଯୋଜନା ଓ ଭୂମିକା କ’ଣ ରହିବ? ରବିବାର ଦିନ ରାକେଶ ଟିକାୟତ୍ କହିଛନ୍ତି ଯେ ତାଙ୍କ ସଂଗଠନ ବିକେୟୁ ଆଗାମୀ ନିର୍ବାଚନରେ ରାଜନୀତିର ଅଂଶ ବିଶେଷ ହେବ ନାହିଁ ଏବଂ କାହାକୁ ସମର୍ଥନ କରିବ ନାହିଁ ।
 

Related News
satta king tw