Top Stories

Search here...

News

ବିରାଟଙ୍କ ସପକ୍ଷରେ ବାହାରିଲେ କ୍ରିକେଟ୍ ଲେଜେଣ୍ଡ ସୁନୀଲ ଗାଭାସ୍କର

Posted On - 7 minutes ago
Edited By Prabir Kumar
LAST UPDATED Dec 16, 2021 07:56 PM

କୋହଲି ଆଣିଥିବା ଅଭିଯୋଗ ଆଧାରରେ ସୌରଭ ଗାଙ୍ଗୁଲିଙ୍କୁ ପ୍ରଶ୍ନ କରାଯିବା ଉଚିତ୍ ବୋଲି ସେ ମତ ଦେଇଛନ୍ତି । 

 

BBSR Reporters

 

ଭୁବନେଶ୍ୱର: ବିରାଟ କୋହଲିଙ୍କ ସାମ୍ବାଦିକ ସମ୍ମିଳନୀ ପରେ ସାମ୍ନାକୁ ଆସିଛନ୍ତି କ୍ରିକେଟ୍ ଲେଜେଣ୍ଡ ସୁନୀଲ ଗାଭାସ୍କର । କୋହଲି ଆଣିଥିବା ଅଭିଯୋଗ ଆଧାରରେ ସୌରଭ ଗାଙ୍ଗୁଲିଙ୍କୁ ପ୍ରଶ୍ନ କରାଯିବା ଉଚିତ୍ ବୋଲି ସେ ମତ ଦେଇଛନ୍ତି । କୋହଲି ବିସିସିଆଇ ବିରୋଧରେ ନୁହେଁ ବରଂ ଏହାର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ତେଣୁ କାହିଁକି ଏଭଳି ବ୍ୟତିକ୍ରମ ହେଲା ସେନେଇ ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିବା ଉଚିତ୍ ବୋଲି କହିଛନ୍ତି ସୁନୀଲ ଗାଭାସ୍କର ।

 

ଟି-୨୦ ଅଧିନାୟକତ୍ୱ ବଜାୟ ରଖିବାକୁ କୁହାଯାଇ ନଥିବା ଏବଂ ଦିନିକିଆ ନେତୃତ୍ୱରୁ ବିଦା କରିବାର ଦେଢଘଂଟା ପୂର୍ବରୁ ଜଣାଇଥିବା କହିଥିଲେ କୋହଲି । ଭାରତୀୟ ଦିନିକିଆ ଟିମ୍ ଅଧିନାୟକ ପଦରୁ ହଟାଇବା ପରେ ପ୍ରଥମ ଥର ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ କ୍ରିକେଟର ବିରାଟ କୋହଲି ।

 

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରିଥିଲେ କୋହଲି । ଆଉ ଏହି ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ଗୋଟିଏ ପ୍ରଶ୍ନର ଉତର ଦେବାକୁ ଯାଇ କୋହଲି କହିଥିଲେ, ସବୁକିଛି ପୂର୍ବରୁ ହିଁ ସ୍ଥିର କରାଯାଇଥିଲା, ଆଉ ତାଙ୍କୁ କିଛି ବି ପଚରାଯାଇ ନାହିଁ । ତାଙ୍କ ପାଖରେ ସେମାନଙ୍କ ନିଷ୍ପତି ଗ୍ରହଣ କରିବା ଛଡା ଆଉ କିଛି ଉପାୟ ନଥିଲା

Related News
satta king tw