Top Stories

Search here...

News

ଆମେଠିରେ ରାଲି କରି ବିଜେପିକୁ ଟାର୍ଗେଟ କଲେ ରାହୁଲ, ପ୍ରିୟଙ୍କା

Posted On - 2 hours ago
Edited By Team BbsrReporters
LAST UPDATED Dec 18, 2021 08:03 PM

ରାହୁଲ ଗାନ୍ଧୀ କହିଥିଲେଯିଏ ପ୍ରକୃତ ହିନ୍ଦୁ ସେମାନେ ସତ୍ୟାଗ୍ରହ ଓ ସତ୍ୟପଥରେ ଚାଲୁଛନ୍ତି ହେଲେ ହିନ୍ଦୁତ୍ୱବାଦୀମାନେ ଦେଶରେ ହିଂସା ସୃଷ୍ଟି କରୁଛନ୍ତି  । 

 

BBSR Reporters

 

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଶନିବାର ପଦଯାତ୍ରା କରି ୟୁପିର ଆମେଠିରେ ପହଞ୍ଚିଥିଲେ  । ରାଲିରେ ସାମିଲ ହୋଇଥିବା ଲୋକଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ପୁଣି ଥରେ ହିନ୍ଦୁ ଓ ହିନ୍ଦୁତ୍ୱକୁ ନେଇ ବୟାନ ଦେଇଥିଲେ  । 

 

ରାହୁଲ ଗାନ୍ଧୀ କହିଥିଲେ ଯିଏ ପ୍ରକୃତ ହିନ୍ଦୁ ସେମାନେ ସତ୍ୟାଗ୍ରହ ଓ ସତ୍ୟପଥରେ ଚାଲୁଛନ୍ତି ହେଲେ ହିନ୍ଦୁତ୍ୱବାଦୀମାନେ ଦେଶରେ ହିଂସା ସୃଷ୍ଟି କରୁଛନ୍ତି  । ହିନ୍ଦୁତ୍ୱବାଦୀ, ଯିଏ ଘୃଣା ସୃଷ୍ଟି କରୁଛନ୍ତି ଓ କ୍ଷମତା ହାସଲ ପାଇଁ କିଛି ବି କରିବାକୁ ପଛାଉ ନାହାଁନ୍ତି  । ଏବେ ହିନ୍ଦୁସ୍ତାନରେ ହିନ୍ଦୁ ବନାମ ହିନ୍ଦୁତ୍ୱ ମଧ୍ୟରେ ଲଢେଇ ଚାଲିଛି  ।

 

ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଥିଲେ ଯେ, କୃଷି ଆଇନ କୃଷକଙ୍କ ସ୍ୱାର୍ଥରେ ଅଣାଯାଇଥିଲା  । ମାତ୍ର ଗୋଟିଏ ବର୍ଷପରେ ପ୍ରଧାନମନ୍ତ୍ରୀ ଏହାକୁ ନେଇ କ୍ଷମା ମାଗିଲେ  । ସରକାର ଯେଉଁ ସବୁ ଆଇନ ଆଣିଛନ୍ତି, ଏହାଦ୍ୱାରା କୌଣସି ବ୍ୟକ୍ତିଙ୍କର କିଛି ବି ଲାଭ ହୋଇ ନାହିଁ । କେବଳ ଦେଶର ହାତଗଣତି କିଛି ପୁଞ୍ଜିପତିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏଭଳି ଆଇନ ଲାଗୁ କରିବାରେ ଲାଗିଛନ୍ତି  ।

 

ଚୀନର ବିସ୍ତାରବାଦୀ ନୀତିକୁ ନେଇ ରାହୁଲ କହିଥିଲେ ଯେ, ଚୀନସେନା ଭାରତର ଅନେକ ଅଞ୍ଚଳକୁ ନିଜ ଦଖଲକୁ ନେଇଥିଲେ ବି ପ୍ରଧାନମନ୍ତ୍ରୀ ଚୁପ ରହିଛନ୍ତି  । ଏନେଇ ପଚାରାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ, ଚୀନ ଭାରତର ଇଞ୍ଚେ ବି ଜମି ଦଖଲ କରିନାହିଁ । କିନ୍ତୁ ରକ୍ଷା ମନ୍ତ୍ରଣାଳୟ କହୁଛି ଚୀନ ଭାରତର କିଛି ଅଂଶ ନିଜ ଦଖଲକୁ ନେଇଯାଇଛି  । ଏହା ଭିତରେ କାହାକୁ ଜନସାଧାରଣ ବିଶ୍ୱାସ କରିବେ ବୋଲି ରାହୁଲ ପ୍ରଶ୍ନ ପଚାରିଛନ୍ତି  । ଏହାସହ ବଢୁଥିବା ବେକାରୀ ସମସ୍ୟା ଓ ଦରବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧୀ ।

Related News
satta king tw