Top Stories

Search here...

News

ପାକିସ୍ତାନର କରାଚିରେ ବିସ୍ଫୋରଣ; ୧୦ ଜଣଙ୍କର ମୃତ୍ୟୁ 

Posted On - 29 minutes ago
Edited By Team BbsrReporters
LAST UPDATED Dec 18, 2021 07:55 PM

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କରାଚିର ଶେରଶାହା ଅଞ୍ଚଳରେ ପାରାଚା ଚୌକ ନିକଟ ଏକ ଘରୋଇ ବ୍ୟାଙ୍କ ପାଖ ଡ୍ରେନ୍ରେ ଏହି ବିସ୍ଫୋରଣ ଘଟିଛି ।

 

 

BBSR Reporters

 

ନୂଆଦିଲ୍ଲୀ: ପାକିସ୍ତାନର କରାଚିରେ ଶନିବାର  ବିସ୍ଫୋରଣ ଘଟି ଅନୁନ୍ୟ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ବହୁ ଲୋକ ଆହତ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  ଏନେଇ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । 

 

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କରାଚିର ଶେରଶାହା ଅଞ୍ଚଳରେ ପାରାଚା ଚୌକ ନିକଟ ଏକ ଘରୋଇ ବ୍ୟାଙ୍କ ପାଖ ଡ୍ରେନ୍ରେ ଏହି ବିସ୍ଫୋରଣ ଘଟିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ବ୍ୟାଙ୍କକୁ ଖାଲି କରିବା ପାଇଁ କୁହାଯାଇଛି । ଉକ୍ତ ଡ୍ରେନ୍ ଦେଇ ଗ୍ୟାସ୍ ପାଇପ ଯାଇଥିବାରୁ କୌଣସି କାରଣରୁ ଲିକ୍ ହୋଇ ବିସ୍ଫୋରଣ ହୋଇଥିବା ସନେ୍ଦହ କରାଯାଉଛି । 

 

 

ବିସ୍ଫୋରଣ ପରେ ଘଟଣାସ୍ଥଳରେ କିଛି ଲୋକ ଫସିଥିବା କୁହାଯାଉଛି । ସୋସିଆଲ ମିଡିଆରେ ବୁଲୁଥିବା ଫଟୋରେ ବିସ୍ଫୋରଣ ଯୋଗୁ ଏକ କୋଟା ଭାଙ୍ଗିଯାଇ ଥିବା ଲକ୍ଷ୍ୟ କରାଯାଇଛି  । ତେବେ ପ୍ରାଥମିକ ପର୍ଯ୍ୟାୟରେ ଡ୍ରେନ୍ ସଫା କରି ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯିବ ବୋଲି ସ୍ଥନୀୟ ଅଧିକାରୀ କହିଛନ୍ତି । 

Related News
satta king tw