Top Stories

Search here...

News

ପାକିସ୍ତାନ ଡ୍ରୋନ୍‌କୁ ଝଟକା ଦେଲା ବିଏସଏଫ

Posted On - 15 minutes ago
Edited By Team BbsrReporters
LAST UPDATED Dec 20, 2021 01:03 PM

ରବିବାର ରାତିରେ ପଞ୍ଜାବର ଗୁରୁଦାସପୁରରେ ଭାରତ-ପାକିସ୍ଥାନ ସୀମାରେ ଏକ ଡ୍ରୋନ୍‌ ଉଡ଼ୁଥିବା ନଜରକୁ ଆସିଥିଲା। ଯାହା ଭାରତ ସୀମାକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିଲା ବେଳେ ବିଏସଏଫ ଏହାକୁ ଗୁଳିମାଡ଼ କରିଥିଲା।

 

 

BBSR Reporters

 

 

ଚଣ୍ଡିଗଡ଼:  ସୀମାରେ ପକିସ୍ତାନ ଡ୍ରୋନ୍‌ର ଅନୁପ୍ରବେଶ ଉଦ୍ୟମ ବିଫଳ।  ରବିବାର ରାତିରେ ପଞ୍ଜାବର ଗୁରୁଦାସପୁରରେ ଭାରତ-ପାକିସ୍ଥାନ ସୀମାରେ ଏକ ଡ୍ରୋନ୍‌ ଉଡ଼ୁଥିବା ନଜରକୁ ଆସିଥିଲା। ଯାହା ଭାରତ ସୀମାକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିଲା ବେଳେ ବିଏସଏଫ ଏହାକୁ ଗୁଳିମାଡ଼ କରିଥିଲା। ଫଳରେ ଡ୍ରୋନଟି ପାକିସ୍ତାନ ଅଭିମୁଖେ ଫେରିଯାଇଥିଲା। ଏହି ଡ୍ରୋନ୍‌ଟି ପାକିସ୍ତାନପଟୁ ଭାରତ ମୁହାଁ ହୋଇ ଉଡ଼ୁଥିବା ଗୁରୁଦାସପୁର ସେକ୍ଟରର କାସୋୱାଲ ସୀମା ଆଉଟପୋଷ୍ଟରେ ଠାବ କରାଯାଥିଲା। ଏହା ପରେ ବିଏସଏଫ ସଜାଗ ହୋଇଯାଥିଲା । ଡ୍ରୋନ୍‌ର ଗତିବିଧି ଦେଖି ୫ ରାଉଣ୍ଡ ଗୁଳି ଚଳାଥିଲା ସୀମାସୁରକ୍ଷାବାହିନୀ।

 

ଏହା ପରେ ଡ୍ରୋନ୍ ସୀମାର ପାକିସ୍ତାନ ପାର୍ଶ୍ୱକୁ ଫେରିଥିଲା। ଘଟଣା ପରେ ଉକ୍ତ ଅଞ୍ଚଳରେ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ୍ କରାଯାଥିଲା। ଇତି ମଧ୍ୟରେ ପଞ୍ଜାବର ଅନ୍ତର୍ଜାତୀୟ ସୀମା ନିକଟ ଡେରା ବାବା ନାନକ ଅଞ୍ଚଳରେ ଜଣେ ପାକିସ୍ତାନୀ ଯୁବକଙ୍କୁ ଗିରଫ କରାଯାଇଛି । ସମ୍ପୃକ୍ତ ଯୁବକଙ୍କଠାରୁ ବିଏସଏଫ ଏକ ମୋବାଇଲ୍ ଫୋନ୍ ଏବଂ ପାକିସ୍ତାନୀ ମୁଦ୍ରା ଜବତ କରିଛି। ଏହାପୂର୍ବରୁ ଗତ ଶୁକ୍ରବାର ରାତିରେ ପଞ୍ଜାବର ଫିରୋଜପୁରରେ ସୁରକ୍ଷା ବାହିନୀ ଭାରତ-ପାକିସ୍ଥାନ ସୀମାରେ ଏକ ଡ୍ରୋନକୁ  ଗୁଳି ଚଳାଇ ଖସାଇ ଦେଇଥିଲା।

Related News
satta king tw