Top Stories

Search here...

News

ଫାଇଜର ପସ୍ତୁତ କୋଭିଡ ଟାବଲେଟକୁ ଆମେରିକାର ଅନୁମତି

Posted On - 25 minutes ago
Edited By Team BbsrReporters
LAST UPDATED Dec 23, 2021 07:03 PM

୨୦୨୨ରେ ଫାଇଜର କମ୍ପାନୀ ୮୦ ମିଲିୟନରୁ ୧୨୦ ମିଲିୟନ କୋଭିଡ ବଟିକା ପ୍ରସ୍ତୁତ କରିବାକୁ ଲକ୍ଷ ରଖିଛି ।

 

 

BBSR Reporters

 

 
ନୁ୍ର୍ୟୟର୍କ: ଟିକା ନିର୍ମାତାକାରୀ ସଂସ୍ଥା ଫାଇଜର ପସ୍ତୁତ କରିଥିବା କୋଭିଡ ଟାବଲେଟକୁ ଅନୁମତି ପ୍ରଦାନ କରିଛି ଆମେରିକା । ଆମେରିକାର ଫୁଡ୍ ଏବଂ ଡ୍ରଗ୍ସ ଅଥୋରିଟି ଫାଇଜର କୋଭିଟ ଟାବଲେଟକୁ ଘରୋଇ ଚିକିସôା ପାଇଁ ଅନୁମତି ପ୍ରଦାନ କରିଛି । ଏହି ବଟିକା ଦୃତ ଗତିରେ ବ୍ୟାପୁଥିବା ଓମିକ୍ରନ ସଂକ୍ରମଣକୁ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ହସ୍ପିଟାଲରେ ଭର୍ତି ହେଉଥିବା କୋଭିଡ ରୋଗୀ ଏବଂ ଅଧିକ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହି ବଟିକା ୯୦ ପ୍ରତିଶତ ଫଳପ୍ରଦ ବୋଲି ଏହାର  କ୍ଲିନିକାଲ ପରୀକ୍ଷାରୁ ଜଣାପଡିଛି ।

 

 

ଏହା ଓମିକ୍ରନ ଭୂତାଣୁ କ୍ଷେତ୍ରରେ ମଧ୍ୟ ଫଳପ୍ରଦ ବୋଲି ସୂଚନା ମିଳିଛି । ତେବେ ୧୨ ବର୍ଷରୁ ଅଧିକ ଥିବା ସମସ୍ତ ରୋଗୀଙ୍କୁ ଏହି ଟିକା ଦିଆଯାଇପାରିବ ବୋଲି  କମ୍ପାନୀ ପକ୍ଷରୁ କୁହାଯାଇଛି । ଆମେରିକାରେ ଏହି ବଟିକା ଯଥା ଶିଘ୍ର ପହଂଚାଇବା ପାଇଁ କମ୍ପାନୀ ପ୍ରସ୍ତୁତ ରହିଥିବା କହିଛି । ୨୦୨୨ରେ କମ୍ପାନୀ ୮୦ ମିଲିୟନରୁ ୧୨୦ ମିଲିୟନ କୋଭିଡ ବଟିକା ପ୍ରସ୍ତୁତ କରିବାକୁ ଲକ୍ଷ ରଖିଛି ।  ଆମେରିକା ସରକାର ଫାଇଜର ବଟିକା ପାଇଁ କୋର୍ସ ପିଛା ୫୩୦ ଡଲାର ଲେଖାଏଁ ପ୍ରଦାନ କରିବା ସହ ମୋଟ ୧୦ ମିଲିୟନ କୋର୍ସ ବଟିକା ଆଣିବାକୁ ଚୁକ୍ତି କରିଛି ।

Related News
satta king tw