Top Stories

Search here...

News

ଉଦ୍ଧବ ଠାକରେଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ରାଜ୍ୟରେ ରାଜନୈତିକ ଝଡ  

Posted On - 13 minutes ago
Edited By Team BbsrReporters
LAST UPDATED Dec 23, 2021 06:45 PM

ବିଜେପି ଦାବି କରିଛି,  ଉଦ୍ଧବ ସୁସ୍ଥ ନହେବା ଯାଏଁ  ଅନ୍ୟ ଜଣଙ୍କୁ   ମୁଖ୍ୟମନ୍ତ୍ରୀ ପଦ ଦିଆଯାଉ  ।  ଏ କ୍ଷେତ୍ରରେ ଆଦିତ୍ୟ ଠାକରେଙ୍କ ନାଁକୁ ବିଚାର କରାଯାଇପାରେ ବୋଲି ବିରୋଧୀ ବିଜେପି କହିଛି ।  

 

 

BBSR Reporters

 

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ରାଜ୍ୟରେ ରାଜନୈତିକ ଝଡ ସୃଷ୍ଟି ହୋଇଛି ।  ଉଦ୍ଧବ ବର୍ତମାନ ଅସୁସ୍ଥ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି ।  ସେ ୪୫ ଦିନ ଧରି କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇନାହାନ୍ତି । ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ।  ବିଜେପି ଦାବି କରିଛି,  ଉଦ୍ଧବ ସୁସ୍ଥ ନହେବା ଯାଏଁ  ଅନ୍ୟ ଜଣଙ୍କୁ   ମୁଖ୍ୟମନ୍ତ୍ରୀ ପଦ ଦିଆଯାଉ  ।  ଏ କ୍ଷେତ୍ରରେ ଆଦିତ୍ୟ ଠାକରେଙ୍କ ନାଁକୁ ବିଚାର କରାଯାଇପାରେ ବୋଲି ବିରୋଧୀ ବିଜେପି କହିଛି ।

 

 ସେପଟେ ଆଦିତ୍ୟ ଠାକରେ କହିଛନ୍ତି, ଉଦ୍ଧବ ଠିକ ଅଛନ୍ତି  । ଏହାକୁ ନେଇ  ମହାରାଷ୍ଟ୍ର ରାଜନୀତିରେ ଝଡ ଉଠିଛି । ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସର ମେଂଟ ସରକାର ଚାଲିଛି । ଆଉ ବିଭିନ୍ନ ପ୍ରସଙ୍ଗରେ ଶାସକ ମେଂଟକୁ ବାରମ୍ବାର ଟାର୍ଗେଟ କରୁଛି ବିଜେପି ।  ଏପରିକି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ କହିଥିଲେ, ନୂଆବର୍ଷରେ ମହାରାଷ୍ଟ୍ର ରାଜନୀତିରେ  ବର ପରବର୍ତନ ହେବ  ଓ କ୍ଷମତା ବଦଳି ବିଜେପି  ମୁଖ୍ୟମନ୍ତ୍ରୀ  ଆସନରେ ବସିବ । ଏବେ ପ୍ରଶ୍ନ ଉଠୁଛି, ଉଦ୍ଧବ ଠକରେ ପଦରୁ ହଟିଲେ କିଏ ହେବ ମୁଖ୍ୟମନ୍ତ୍ରୀ ।  

 

ଉଦ୍ଧବ ଠକରେ ନେଇ ଝଡ ସୃଷ୍ଟି ହେବାର କାରଣ ହେଉଛି ସେ ୪୫ ଦିନ ହେଲା କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇନାହାନ୍ତି  । କିଛି ଦିନ ତଳେ ତାଙ୍କ ଗଳାରେ  ଅସ୍ତ୍ରୋପଚାର ହୋଇଥିଲା । ମୁମ୍ବାଇରେ ମମତା ବାନାର୍ଜୀଙ୍କୁ ଭେଟିନଥିଲେ ଉଦ୍ଧବ ଠାକରେ । ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲେ ବି ଗୃହକୁ ଆସିବା ନେଇ କିଛି ସୂଚନା ମିଳିପାରିନାହି: ଏପରିକି ଅଧିବେଶନର ପ୍ରଥମ ଦିନରେ ମଧ୍ୟ ଉଦ୍ଧବ ଠାକରେ ଆସିନଥିଲେ ।

Related News
satta king tw