Top Stories

Search here...

News

IPL ୧୫ତମ ସିଜନ ପାଇଁ କରାଯିବ ମେଗା ଅକ୍ସନ

Posted On - 6 minutes ago
Edited By Team BbsrReporters
LAST UPDATED Dec 24, 2021 03:10 PM

ଆଇପିଏଲର ଏହି ବଡ ନିଲାମୀ ଫେବୃଆରୀ ୧୨ ଓ ୧୩ ତାରିଖରେ ହେଇପାରେ ।

 

 

BBSR Reporters

 

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିଅର ଲିଗ ୧୫ତମ ସିଜନ ପାଇଁ କରାଯିବ ମେଗା ଅକ୍ସନ । ଆଇପିଏଲର ଏହି ବଡ ନିଲାମୀ ଫେବୃଆରୀ ୧୨ ଓ ୧୩ ତାରିଖରେ ହେଇପାରେ । ଗୋଟିଏ ପଟେ ଭାରତ ୱେଷ୍ଟଣ୍ଡିଜ ସହ ଏକଦିବସୀୟ ସିରିଜ ଖେଳୁଥିବା ବେଳେ ଏହି ନିଲାମୀ ହୋଇପାରେ ବୋଲି ସୁତ୍ରରୁ ଜଣାପଡିଛି । ତେବେ ନିଲାମ ପ୍ରକ୍ରିୟା ଖେଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିସିସିଆଇ ତରଫରୁ କୁହାଯାଇଛି । ସେହିପରି କୋଚି କିମ୍ବା ବେଙ୍ଗୁଲୁରୁରେ ଏହି ନିଲାମୀ ପ୍ରକ୍ରିୟା ହେବା ନେଇ ମଧ୍ୟ ଜଣାପଡିଛି ।

 

 

ଆଗାମୀ ବର୍ଷ ୮ ବଦଳରେ ୧୦ ଦଳ ପଡିଆକୁ ଓହ୍ଲେଇବେ । ନୁଆ ଦଳ ଭାବେ ଆଇପିଏଲ ର ଅଂଶ ହେବେ ଅହମ୍ମଦାବାଦ ଓ ଲକ୍ଷନୋ । ଦେଶରେ ଗୋଟିଏ ପଟେ ଓମିକ୍ରନକୁ ନେଇ ଚିନ୍ତାପ୍ରକଟ କରାଯାଉଥିବା ବେଳେ ଆଗାମୀ ବର୍ଷର ଆଇପିଏଲକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଗତ ବର୍ଷ କରୋନାକୁ ଦୃଷ୍ଟିରେ ରଖି ୟୁଏଇରେ ଆଇପିଏଲର ବଳକା ମ୍ୟାଚକୁ ବିଳମ୍ବରେ ଖେଳାଯାଇଥିଲା ।

Related News
satta king tw