Top Stories

Search here...

News

ବାହାରିନର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା 

Posted On - 7 minutes ago
Edited By Team BbsrReporters
LAST UPDATED Dec 23, 2021 07:25 PM

ଯୁବପିଢ଼ିଙ୍କ ସାମର୍ଥ୍ୟର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଗଠନ ହେବ ଯୁଗ୍ମ ଟାସ୍କଫୋର୍ସ - ଧର୍ମେନ୍ଦ୍ର ପ୍ରଧାନ l 

 

 

BBSR Reporters

 

ନୂଆଦିଲ୍ଲୀ: ଡ଼ିସେମ୍ବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ବାହାରିନର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ଏମେନ୍ ଟୋଫିକ୍ ଆଲମଏଡଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି । ଆଲୋଚନାରୁ ଜଣାପଡିଛି ଯେ ଦୁଇ ଦେଶର ବୃହତ ଯୁବ ଜନସଂଖ୍ୟାର ସାମର୍ଥ୍ୟକୁ ସମ୍ପୂର୍ଣ୍ଣ ଭାବରେ ଉପଯୋଗ କରିବା ପାଇଁ ଏକ ଯୁଗ୍ମ ଟାସ୍କଫୋର୍ସ ଗଠନ ହେବ । ଶିକ୍ଷା, ଉଦ୍ୟମିତା, ସ୍କିଲିଂ ଏବଂ ପୁନଃ ସ୍କିଲିଂରେ ପାରସ୍ପରିକ ଲକ୍ଷ୍ୟ ହାସଲ କରିବା ପାଇଁ ଉଭୟ ମନ୍ତ୍ରୀ ଏହି ଟାସ୍କଫୋର୍ସ ଗଠନ କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ।

 

ସେହିପରି ଦକ୍ଷତା ଏବଂ ଉଦ୍ୟମିତା କ୍ଷେତ୍ରରେ ସହଯୋଗକୁ ଆହୁରି ତ୍ୱରାନ୍ୱିତ କରାଯିବ । ପାରସ୍ପରିକ ସହଯୋଗରେ ଦୁଇ ଦେଶ ଶିକ୍ଷା, ରୋଜଗାର ଏବଂ ଦକ୍ଷତା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଏବଂ ଏକ ଜ୍ଞାନ ଆଧାରିତ ସମାଜ ଗଠନ ପାଇଁ ପ୍ରତିବଦ୍ଧ । ଶିକ୍ଷା ଏବଂ ସ୍କିଲ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜଭୁତ୍ କରିବା ଦିଗରେ ହୋଇଥିବା ଆଲୋଚନା ଫଳପ୍ରଦ ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

Related News
satta king tw