Top Stories

Search here...

News

ରାଜଧାନୀରେ ଆତଙ୍କ ମଚାଇ ଥିବା କେବିଏନ୍  ଗ୍ୟାଙ୍ଗର  ଆଉ ଦୁଇ ଯୁବକ ଗିରଫ

Posted On - 2 minutes ago
Edited By Team BbsrReporters
LAST UPDATED Nov 09, 2021 03:07 PM

ଆଜବେଷ୍ଟସ ଭାଙ୍ଗି ପୋଲିସ ଜଣେ ଅଭିଯୁକ୍ତଙ୍କ ଘରେ ପଶି ଯାଞ୍ଚ କରିଛି । ଏହି ଗ୍ୟାଙ୍ଗର ସବୁ ସଦସ୍ୟ ସବୁ ସଦସ୍ୟ ଚିହ୍ନଟ ହୋଇଛନ୍ତି, ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

 

BBSR Reporters

 


ଭୁବନେଶ୍ୱର : ୨୯ ଜଣ କେବିଏନ୍ ଗ୍ରୁପର ପାଞ୍ଚ ଜଣ ଗିରଫ ହୋଇ ଜେଲ୍ରେ ଥିବାବେଳେ, ଆଉ ଦୁଇ ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗ୍ୟାଙ୍ଗର ସକ୍ରିୟ ସଦସ୍ୟ ପୋଖରୀପୁଟ୍ ବସ୍ତିରେ ଥିବା ଚେଙ୍ଗ୍ର ଘରକୁ ପୋଲିସ ଭାଙ୍ଗିବା ସହ ମାରଣାସ୍ତ୍ର ଥିବା ଯାଞ୍ଚ କରିଛି । ମାରଣାସ୍ତ୍ର ଥିବା ସନେ୍ଦହ କରି ପୋଲିସ ଉପସ୍ଥିତିରେ ଚଟାଣକୁ ଖୋଳା ଯାଇଥିଲା । ହେଲେ ସେପରି କିଛି ମାରଣାସ୍ତ୍ର ମିଳିଲା ନାହିଁ । ଗ୍ୟାଙ୍ଗର ଡନ୍ କେଉଁଆଡେ ଫେରାର ହୋଇଯାଇଛି, ପୋଲିସ ଗିରଫ କରି ପାରୁନାହିଁ । ସବୁ ସଦସ୍ୟକୁ ଚିହ୍ନଟ କରାଯାଇଥିବା ଡିସିପି ଡ. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସେ ପୁଣି କହିଛନ୍ତି ଯେ, ଗ୍ୟାଙ୍ଗର ୨୯ ଜଣ ସଦସ୍ୟଙ୍କ ବିରୋଧରେ ମାମଲା ହୋଇଛି । ପୂର୍ବରୁ ୫ ଜଣ ଗିରଫ ହୋଇ ଜେଲ୍ ଯାଇଛନ୍ତି । ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଛି । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ସେହି ଗ୍ରୁପ୍ର ଦ୍ୱିତୀୟ ଭିଡିଓ ହସ୍ତଗତ ହୋଇଛି । ତାକୁ ମଧ୍ୟ ତର୍ଜମା ଚାଲିଛି ବୋଲି ଡିସିପି ଶ୍ରୀ ଦାଶ କହିଛନ୍ତି । ଯଦି କୌଣସି ବ୍ୟକ୍ତି କେବିଏନ୍ ଗ୍ରୁପ୍ର ଆକ୍ରମଣରେ ଶିକାର ହୋଇଛନ୍ତି, ତାହାହେଲେ ସେମାନେ ଚାହିଁଲେ ଅଭିଯୋଗ କରିପାରିବେ । ଦରକାର ପଡିଲେ ସେମାନଙ୍କ ନାଁ ଗୋପନ ରଖାଯିବ ବୋଲି ଡିସିପି କହିଛନ୍ତି ।

 


ରାଜଧାନୀରେ ଗତ କିଛି ମାସ ହେବ ଆତଙ୍କ ରଚିଛି ‘କୋଇ ଭାଇ ନେହିଁ’ (କେବିଏନ୍) ଗ୍ୟାଙ୍ଗ୍ । ଭିଡିଓ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତପôର ହୋଇ ଉଠିଛି କମିଶନରେଟ୍ ପୋଲିସ । ଭିଡିଓରୁ ୨୯ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା କମିଶନରେଟ ପୋଲିସ । କେବିଏନ୍ ଗ୍ୟାଙ୍ଗ୍ର ପୂର୍ବରୁ ୫ ଜଣ ଗିରଫ ହୋଇଥିବାବେଳେ ସୋମବାର  ପୁଣି ଦୁଇ ଜଣଙ୍କୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୋଲିସ । ଗ୍ୟାଙ୍ଗ୍ର ସଦସ୍ୟମାନଙ୍କୁ ଧରିବା ପାଇଁ ଥାନା ଅଧିକାରୀଙ୍କ ନେତୃତ୍ୱରେ ଦୁଇ ଜଣିଆ ଟିମ୍ ଆରମ୍ଭ କରିଥିଲା ଅପରେସନ । ଦୁଇ ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ସାଲେପୁର ବଡଖରି ଗ୍ରାମର ସାହିଲ ଶେଖର ଷଡଙ୍ଗୀ(୧୯) ସେ ନୂଆପଲ୍ଳୀ ଥାନା ପାଇକନଗର ପ୍ଳଟ ନମ୍ବର ୧୬୦ରେ ରହୁଥିଲା । ସେହିଭଳି ଅନ୍ୟ ଜଣେ ଅପରାଧୀ ହେଲା ଖଣ୍ଡଗିରି ଥାନା ଡେଲଟା ସ୍କୋୟାରରେ ରହୁଥିବା କାହ୍ନୁ କୁମାର ସାହୁ ଓରଫ କାହ୍ନା(୨୩) । ଦୁହିଁଙ୍କୁ ନୂଆପଲ୍ଳୀ ଥାନା ପୋଲିସ ସୋମବାର କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହୋଇଯିବାରୁ ଦୁହିଁଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

 


ଅନ୍ୟ ପଟେ କେବିଏନ୍ ଗ୍ୟାଙ୍ଗ୍ର ମୁଖ୍ୟ କୁହାଯାଉଥିବା ଚେଙ୍ଗ ଓରଫ ରାଜେଶକୁ ନପାଇ ନୂଆପଲ୍ଲୀ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ତା ଘରେ ପଶି ଛାନ୍ଭିନ୍ ଆରମ୍ଭ କରିଥିଲା । ଚେଙ୍ଗ ଘର ଆଜବେଷ୍ଟସ ଭାଙ୍ଗି ପୋଲିସ ପଶିଥିଲା । ଏହାସହ ଘରର ଚଟାଣ ଖୋଳି ଛାନ୍ଭିନ୍ କରିଛି । ରାଜଧାନୀରେ ଆତଙ୍କରାଜ ସୃଷ୍ଟି କରିଥିବା (କେବିଏନ୍) ଗ୍ରୁପ୍ର ଜଣେ ସଦସ୍ୟ ହେଉଛି ଚେଙ୍ଗ  । ଚେଙ୍ଗ ଘରେ ମାଉଜର ରଖିଥିବା ଖବର ପାଇ ପୋଲିସ ଏଭଳି ଛାନ୍ଭିନ୍ କରିଛି  । ସୋଶାଲ୍ ମିଡ଼ିଆରେ ଯେଉଁ ଭିଡିଓ ଭାଇରାଲ୍ ହୋଇଥିଲା ସେଥିରେ ଚେଙ୍ଗ ଥିବା କଥା କୁହାଯାଉଛି  । ଅନ୍ୟ ଅପରାଧୀମାନଙ୍କୁ ଧରିବା ପାଇଁ ଶରତ ସାହୁଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଟିମ୍ ଛାନ୍ ଭିନ ଜାରି ରଖିଥିବା ସେ କହିଛନ୍ତି । ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି ଯେ, ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା କେବିଏନ୍ ଗ୍ୟାଙ୍ଗ୍କୁ ଆଉ ନିସ୍ତାର ମିଳିବ ନାହିଁ । ଏଭଳି ଅପରାଧୀଙ୍କ ବିରୋଧରେ କଠୋରରୁ କଠୋର ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଗ୍ୟାଙ୍ଗ୍ରେ ସାମିଲ ଥିବା ଆଉ ୨୦ ରୁ ଅଧିକ ଅପରାଧୀ ଅଛନ୍ତି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବା ସହ ସେମାନେ ପାଖରେ ରଖିଥିବା ମାରଣାସ୍ତ୍ରକୁ ମଧ୍ୟ ଜବତ କରାଯିବ । ଏହିଭଳି କାର୍ଯ୍ୟ କରୁଥିବା ଯୁବକମାନେ ଏହି ଗ୍ୟାଙ୍ଗ୍ଠାରୁ ଦୂରେଇ ରହିବାକୁ ଥାନା ଅଧିକାରୀ ଅପିଲ କରିଛନ୍ତି ।

 

Related News
satta king tw