dd dd

Top Stories

Search here...

News

BPUT ଗସ୍ତରେ ରାଜ୍ୟ ୫ଟି ସଚିବ : ବିଶ୍ଵସ୍ତରୀୟ ହକି ଷ୍ଟାଡିୟମର କାର୍ଯ୍ୟର ସମୀକ୍ଷା

Posted On - 1 minute ago

 

ବିଶ୍ଵସ୍ତରୀୟ ହକି ଷ୍ଟାଡିୟମ ପାଇଁ ସ୍ଥାନ ଅନୁଧ୍ୟାନ କରିବା ସହିତ ସହରର ଚାଲିଥିବା ସହରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଓ ଆରମ୍ଭ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ପଣ୍ଡିଆନ୍ । 


 

BBSR Reporters


 

ରାଉରକେଲା: ବିଶ୍ଵସ୍ତରୀୟ ହକି ଷ୍ଟାଡିୟମ ପାଇଁ ସ୍ଥାନ ଅନୁଧ୍ୟାନ ପାଇଁ ରାଉଲକେଲା BPUT ଗସ୍ତରେ ଯାଇ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟ ୫ଟି ସଚିବ ଭି କାର୍ତିକିଆନ ପାଣ୍ଡିଆନ । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ଅବସର ପ୍ରାପ୍ତ ଆଇଏସ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଅସିତ କୁମାର ତ୍ରିପାଠୀ, ପୁର୍ତ୍ତ ବିଭାଗର ସଚିବ ଡକ୍ଟର କିଷନ କୁମାର ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନେଲ କୃଷ୍ଣ ସ୍ୱତନ୍ତ୍ର ବିମାନ ଯୋଗେ ରାଉରକେଲା ପହଞ୍ଚିଥିଲେ ।

 

 

ବିଶ୍ଵସ୍ତରୀୟ ହକି ଷ୍ଟାଡିୟମ ପାଇଁ ସ୍ଥାନ ଅନୁଧ୍ୟାନ କରିବା ସହିତ ସହରର ଚାଲିଥିବା ସହରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଓ ଆରମ୍ଭ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ପଣ୍ଡିଆନ୍ । 

 

ଷ୍ଟାଡିୟମରେ ଯେପରି ଦର୍ଶକଙ୍କୁ ବିଶ୍ୱସ୍ତରର ଅଭିଜ୍ଞତା କରିହେବ ସେହିପରି ଭାବରେ ଏହାକୁ ଡିଜାଇନ୍ କରାଯିବ । ଏହା ଏକ ସମନ୍ୱିତ ଏବଂ ଆଧୁନିକ ଷ୍ଟାଡିୟମ୍ ହେବ ଯେଉଁଠାରେ ମୁଖ୍ୟ ପିଚ୍, ଫୋଲ୍ଡ ଲାଇଟ୍, ଅଭ୍ୟାସ ପାଇଁ ପିଚ୍, ଜିମ୍, ହାଇଡ୍ରୋ ଥେରାପି, ମିଡିଆ ସେଣ୍ଟର, ରେଡିଓ ଷ୍ଟେସନ୍, ପାର୍କିଂ ଏବଂ ଅନ୍ୟାନ୍ୟ ସୁବିଧା ରହିବ । 

 

 

ଏହି ପରିପ୍ରେ୍ଷୀରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପତ୍ର କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଦେଶର ବଡ଼ ହକି ଷ୍ଟାଡିୟମ ଅଂଚଳ ଅନୁଧ୍ୟାନ କରାଯାଇଛି । ଏପ୍ରିଲ ମାସରେ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରଵେଣେ, ପଶ୍ଚିମାଞ୍ଚଳ ଆଇଜି କବିତା ଜଲକ୍ଷନ, ଏସପି ମୁକେଶ କୁମାର ଭାମୋ ପ୍ରମୁଖ ଉପସ୍ଥିତ ଥିଲେ । 

 

Edit by : ଜ୍ୟୋତିର୍ମୟୀ ପଟ୍ଟନାୟକ

Related News
satta king tw