Top Stories

Search here...

News

କୋଟିଆ ପ୍ରସଙ୍ଗରେ ପୁଣି ଆନ୍ଧ୍ର-ଓଡିଶା ମୁହାଁ ମୁହାଁ

Posted On - 15 minutes ago
Edited By Team BbsrReporters
LAST UPDATED Dec 31, 2021 02:55 PM

ଓଡିଶା ଲୋକଙ୍କୁ ହଇରାଣ କରିବାକୁ କୋଟିଆରେ ଚେକପୋଷ୍ଟ କରିଛି ଆନ୍ଧ୍ରପ୍ରଦେଶ ।

 

BBSR Reporters

 

କୋଟିଆ: କୋଟିଆ ପ୍ରସଙ୍ଗରେ  ଆନ୍ଧ୍ରର ଦୋ-ମୁହାଁ ନୀତି ପୁଣି ସାମ୍ନାକୁ ଆସିଛି । ଓଡିଶା ଲୋକଙ୍କୁ ହଇରାଣ କରିବାକୁ କୋଟିଆରେ ଚେକପୋଷ୍ଟ କରିଛି ଆନ୍ଧ୍ରପ୍ରଦେଶ । ବର୍ଷ ଶେଷରେ ଆନ୍ଧ୍ରର ଏଭଳି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । କୋଟିଆ ପଂଚାୟତର ନାରେଡିବାଲସାରେ  ଚେକପୋଷ୍ଟ କରିଛି ଆନ୍ଧ୍ର । ପୂର୍ବରୁ ଓଡିଶା ପକ୍ଷରୁ ଏଭଳି ଚେକପୋଷ୍ଟ କରାଯାଇଥିଲା ।  ଏବେ ଆନ୍ଧ୍ର ବ୍ୟାରିକେଡ ଲଗାଇ ରାସ୍ତାକୁ ଆହୁରି ସଙ୍କୁଚିତ କରିଦେଇଛି । ଓଡିଶା ଭିତରେ ନିଜ ଆଇନ୍ ଲାଗୁ କରିବା ସହନଶୀଳତାର ସବୁ ସୀମା ଟପି ଯାଇଛି ଆନ୍ଧ୍ର । କୋଟିଆ ଗ୍ରାମପୁଂଜରେ ବିଭିନ୍ନ ପ୍ରକାର କାମ କରି ଦୁଇ ରାଜ୍ୟ ମଧ୍ୟରେ ଅଶାନ୍ତି ଓ ଅରାଜକତା ବାତାବରଣ ସୃଷ୍ଟି କରୁଛନ୍ତି ଅନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀ । ଜଳ ବିଦୁ୍ୟତ ପ୍ରକଳ୍ପ କରିବା ପାଇଁ କିଛି ଦିନ ତଳେ କୋଟିଆରେ ସର୍ଭେ କରିବାକୁ ଆସିଥିଲେ ଆନ୍ଧ୍ର ଅଧିକାରୀଙ୍କ ସମେତ କିଛି ନାମୀ କମ୍ପାନୀ କର୍ତୃପକ୍ଷ ।

 

ପଟାଙ୍ଗୀ ବିଧାୟକ ଏହାକୁ ବିରୋଧ କରିବାରୁ ତାଙ୍କ ଯୋଜନା ପଣ୍ଡ ହୋଇଥିଲା । ଏବେ ପୁଣି କୋଟିଆରେ ମନମାନି କରୁଛି ଆନ୍ଧ୍ର । ନାରେଡିବାଲସାରେ  ଚେକପୋଷ୍ଟ କରି ବ୍ୟାରିକେଡ୍ ଲଗାଇ ଓଡିଶା ରସ୍ତାକୁ ସଂକୁଚିତ କରୁଛି । ଆନ୍ଧ୍ର ପୁଲିସ ଗାଡି ଯାଂଚ କରୁଛି । ଆନ୍ଧ୍ର ନମ୍ବର ଥିବା ଗାଡିକୁ ବିନା ଯାଂଚରେ ଛାଡି ଦେଉଥିବା ବେଳେ ଓଡିଶା ନମ୍ବର ଥିବା ଗାଡିକୁ ପୁଲିସ ଜାଣିଶୁଣି ଅଟକାଇ, ସୀମାରେ ସ୍ଥିତି ବିଗାଡିବାକୁ ଚେଷ୍ଟା କରୁଛି । ସେହିଭଳି ଧୂଳିପଦରରେ ବି ପଶିଥିଲେ ଆନ୍ଧ୍ର ଅଧିକାରୀ । ସେଠାରେ ଓଡିଶା ସରକାରଙ୍କ ପକ୍ଷରୁ କରାଯାଉଥିବା ରାସ୍ତାକାମକୁ ଅଟକାଇ ଦେଇଛି ଆନ୍ଧ୍ର ପୁଲିସ । ରାସ୍ତାକାମରେ ଲାଗିଥିବା ବୁଲଡୋଜର ଗାଡିର ଡ୍ରାଇଭରଙ୍କୁ ଗିରଫ ଭୟ ଦେଖାଇ ପଡୋଶୀ ପୁଲିସ ସେଠାରୁ ବିଦା କରି ଦେଇଥିବା ଅଭିଯୋଗ ହୋଇଛି ।

Related News
satta king tw