Top Stories

Search here...

News

ନୂଆବର୍ଷରେ ଭୁବନେଶ୍ୱରକୁ ବୁଲି ଆସିବାକୁ ଚାହୁଁଥିଲେ ପ୍ଲାନ ବଦଳାଇ ଦିଅନ୍ତୁ

Posted On - 14 minutes ago
Edited By Team BbsrReporters
LAST UPDATED Dec 31, 2021 02:40 PM

ରାଜଧାନୀବାସୀ ଘରେ ରହି ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରନ୍ତୁ ।

 

BBSR Reporters

 

ଭୁବନେଶ୍ୱର: ନୂଆବର୍ଷରେ ଭୁବନେଶ୍ୱରକୁ ବୁଲି ଆସିବାକୁ ଚାହୁଁଥିଲେ ପ୍ଲାନ ବଦଳାଇ ଦିଅନ୍ତୁ । କାରଣ ଓମିକ୍ରନ ଭିୟ ଭିତରେ ନୂଆବର୍ଷକୁ ନେଇ କଡା ନିୟମ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ୫ ଦିନ ପାଇଁ ନନ୍ଦନକାନନ ବନ୍ଦ ଥିବା ବେଳେ ଆଜିଠାରୁ ୩ ଦିନ ପାଇଁ ଧାର୍ମିକ ଅନୁଷ୍ଠାନରେ ସାଧାରଣ ଦର୍ଶନ ବନ୍ଦ ରହିବ । ଅର୍ଥାତ୍ ଜାନୁଆରୀ ୨ ତାରିଖ ଯାଏଁ ଦେବାଳୟ ବନ୍ଦ ରହିବ । ମନ୍ଦିର, ମସଜିଦ, ଗୁରୁଦ୍ୱାରା ଓ ଚର୍ଚ୍ଚ ଭକ୍ତଙ୍କ ପାଇଁ ବନ୍ଦ ରହିବ । ବିନା ଭକ୍ତରେ କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରାଯିବ ।

 

ଭକ୍ତ ଯେମିତି ଧର୍ମାନୁଷ୍ଠାନ ଭିତରକୁ ନପ୍ରବେଶ କରିବେ ସେଥିପ୍ରତି ସଂପୃକ୍ତ ଧର୍ମାନୁଷ୍ଠାନ କର୍ତୃପକ୍ଷ ଦୃଷ୍ଟି ଦେବାକୁ ନିଦେ୍ର୍ଧଶ ଦେଇଛି ବିଏମସି । ଧଉଳି ଶାନ୍ତିସ୍ତୁପ ବି ପର୍ଯ୍ୟଟକଙ୍କ ପାଇଁ ଏହି ସମୟରେ ବନ୍ଦ ରହିବ । ନୂଆ ବର୍ଷରେ ପ୍ରବଳ ଗହଳି ହେବାର ଆଶଙ୍କା ଥିବାରୁ ଏହି ବନ୍ଦ ନିଷ୍ପତି ନେଇଛି ବିଏମସି । ଗତକାଲି ରାତିରୁ ଶାନ୍ତିସ୍ତୁପକୁ ସିଲ କରି ଦିଆଯାଇଛି । କୌଣସି ଦର୍ଶନୀୟ ସ୍ଥାନକୁ ଯେମିତି କୌଣସି ବ୍ୟକ୍ତି ପ୍ରବେଶ ନକରନ୍ତି ତା’ଉପରେ ନଜର ରଖିବା ପାଇଁ ସଂପୃକ୍ତ ଅନୁଷ୍ଠାନର କର୍ତୃପକ୍ଷଙ୍କୁ କୁହାଯାଇଛି । ପୁଣି ଜାନୁଆରୀ ୩ ତାରିଖରୁ ଏହି ସବୁ ସ୍ଥାନର ସ୍ୱାଭାବିକ ହେବ । କରୋନା ଗାଇଡଲାଇନ୍ ପାଳନ ସହ ବୁଲାବୁଲି ଜାରି ରହିଛି ।

Related News
satta king tw