Top Stories

Search here...

News

ଚାଇଲଡ ମିିସିଂ:  ମାମୁଁଘରକୁ ବୁଲିବାକୁ ଆସି ନିଖୋଜ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର

Posted On - 7 minutes ago
Edited By Team BbsrReporters
LAST UPDATED Nov 10, 2021 12:40 PM

ମୃତକ ହେଲେ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର କହ୍ନେୟାଲାଲ ଭୋଇଙ୍କ ୨ ବର୍ଷୀୟ ପୁଅ ସୌମ୍ୟ  ।

 

 

BBSR Reporters

 

 

ଜଗତସିଂହପୁର: ମାମୁଁଘରକୁ ବୁଲିବାକୁ ଆସି କୁଆଡେ ଗଲେ ଦୁଇବର୍ଷର ଶିଶୁପୁତ୍ର । ମାମୁ ଘରକୁ ବୁଲି ଆସି ନିଖୋଜ ହୋଇ ଯାଇଥିବା ଶିଶୁ ପୁତ୍ରର ମୃତଦେହ ୨ ଦିନ ପରେ ଉଦ୍ଧାର ହୋଇଛି । ମୃତକ ହେଲେ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର କହ୍ନେୟାଲାଲ ଭୋଇଙ୍କ ୨ ବର୍ଷୀୟ ପୁଅ ସୌମ୍ୟ  । ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଶଙ୍କରପୁର  ଗାଁରେ ଏପରି ହୃଦୟ ବିଦାରକ ଘଟଣା ଘଟିଛି ।

 

 

ଗତ ୮ ତାରିଖ ମଧ୍ୟାହ୍ନରେ ଘର ପାଖରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇ ଯାଇଥିଲା ପିଲାଟି ।  ପରିବାର ଲୋକେ ଏନେଇ  ବିରିଡି ଥାନାରେ ଅଭିଯୋଗ କରିଥିଲେ ।

 

 

ଏହାପରେ ପୁଲିସ୍‌ ଓ ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲେ ବି କିଛି ସନ୍ଧାନ ମିଳିପାରି ନ ଥିଲା। ଶେଷରେ  ଆଜି ସକାଳୁ ସୌମ୍ୟର ମୃତଦେହ ଘର ପାଖ ନାଳରୁ ମିଳିଛି ।  ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Related News
satta king tw