Top Stories

Search here...

News

ଜାରି ରହିବ ଲଗାଣ ବର୍ଷା 

Posted On - 2 minutes ago
Edited By Team BbsrReporters
LAST UPDATED Jul 07, 2021 12:12 PM

୧୨ରୁ ଲଘୁଚାପ ବର୍ଷା ସାଙ୍ଗକୁ ବଜ୍ରପାତ

BBSR Reporters

ଭୁବନେଶ୍ୱର : ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେଉଛି । ଯାହା କ୍ରମଶଃ ୧୩ ତାରିଖ ଆଡ଼କୁ ଘନିଭୂତ ହେବ । ସୃଷ୍ଟି ହେବାକୁ ଥିବା ଲଘୁଚାପର ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ସମ୍ଭାବନା ରହିଛି । ବହୁ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିବା ସମ୍ଭାବନା ରହିଛି । ଲଘୁଚାପର ନିୟାମକକୁ ଦୃଷ୍ଟିରେ ରଖି ରାଜ୍ୟର ଏକାଧିକ ଜିଲାକୁ ସତର୍କତା ଜାରି ହୋଇଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୂତାବକ, ବର୍ତ୍ତମାନ ସମୁଦ୍ର ପତ୍ତନରେ ଥିବା ପୂର୍ବ-ପଶ୍ଚିମ ନିମ୍ନଚାପ ରେଖା ଉତ୍ତରପଶ୍ଚିମ ବିହାରରୁରୁ ଗାଙ୍ଗୀୟ ପଶ୍ଚିମ-ବଙ୍ଗ ଉପତ୍ୟାକା ଏବଂ ବଙ୍ଗଳାଦେଶ ମଧ୍ୟ ଦେଇ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି । ତାଛଡା ଅନ୍ୟ ଏକ ଉତ୍ତର-ଦକ୍ଷିଣ ନିମ୍ନ ଚାପରେଖା ସମୁଦ୍ର ପତ୍ତନଠାରୁ ୨.୧ କିମି ଯାଏଁ ଉତ୍ତର ବିହାରରୁ ଆଭ୍ୟନ୍ତରୀଣ ଓଡ଼ିଶା ମଧ୍ୟ ଦେଇ ଉତ୍ତର ଆନ୍ଧ୍ର ଉପକୂଳ ଯାଏଁ ଲମ୍ବିଛି । ଏହି ପାଣିପାଗର ନିୟାମକ ପ୍ରଭାବରେ ରାଜ୍ୟର ଏକାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ପଡ଼ିବା ସମ୍ଭାବନା ରହିଛି । 

Related News
satta king tw