Top Stories

Search here...

News

ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ;ନିଆରା ଢଙ୍ଗରେ ପାଳିଲେ ଓଡ଼ିଆ ନବବର୍ଷ

Posted On - 2 minutes ago
Edited By Team BbsrReporters
LAST UPDATED Apr 20, 2021 05:35 PM

ଓଡ଼ିଆ ନବବର୍ଷ ଅବସରରେ ଅନାଥ,ଦିବ୍ୟାଙ୍ଗ, ବାସହୀନ ଓ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ବସ୍ତ୍ର,ଖାଦ୍ୟ ପାନୀୟ ତଥା ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସମାଗ୍ରୀ ସଂଗଠନ କଲା ପ୍ରଦାନ ।

 

BBSR Reporters


ଭୁବନେଶ୍ୱର: ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳନ ହୋଇଯାଇଛି । ଏହି ଓଡ଼ିଆ ନବବର୍ଷକୁ ଏକ ନିଆରା ଢଙ୍ଗରେ ପାଳନ କରିଛି ରାଜ୍ୟର ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ । ଦୀର୍ଘ ୨୮ ବର୍ଷରୁ ଉର୍ଦ୍ଧକାଳ ଧରି ସାଂସ୍କୃତିକ,ସମାଜସେବା ତଥା ବିଭିନ୍ନ ଜନହିତକର କାର୍ଯରେ ଉଲ୍ଲେଖନୀୟ ଅବଦାନ ଦେଇଆସୁଛି ଏହି ସଂଗଠନ । କରୋନା ମହାମାରୀ ପରଠାରୁ ସଂଘର ସଦସ୍ୟ ମାନେ ଆଗଧାଡିର ଯୋଦ୍ଧା ଭାବରେ କାର୍ଯ୍ୟ କରିଆସୁଛନ୍ତି । ବିଭିନ୍ନ ଥଇଥାନ କେନ୍ଦ୍ରରେ କାଳତିପାତ କରୁଥିବା ଅନାଥ,ଦିବ୍ୟାଙ୍ଗ, ବାସହୀନ ତଥା ରାସ୍ତା କଡରେ ମୁକ୍ତ ଆକାଶ ତଳେ ରହୁଥିବା ଲୋକଙ୍କ ଲାଗି ଦେବଦୂତ ଭାବରେ ପହଞ୍ଚି ସେମାନଙ୍କ ଦୁଃଖ ବୁଝୁଛନ୍ତି । ସଂଘର ସଭାପତି ଡକ୍ଟର ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରତୋକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ହୋଇଆସୁଛି ।

 


ବର୍ତ୍ତମାନ ସରକାରଙ୍କ କରୋନା କଟକଣା ହେତୁ ସବୁ ବର୍ଗର ଲୋକଙ୍କ ପାଖରେ ପ୍ରତ୍ୟେକ୍ଷ ଭାବରେ ପହଞ୍ଚିବାରେ ଦେଖାଦେଉଛି ଅନେକ ସମସ୍ୟା । ଏହାକୁ ଦୃଷ୍ଟିରେ ରଖି ସଂଘ ତରଫରୁ ଏକ ନିଆରା ପଦକ୍ଷେପ ନିଆଯାଇଛି । ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସତନ୍ତ୍ର ଉତ୍ସବରେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରଞ୍ଚନ ଫାଉଣ୍ଡେସନକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଅନାଥ,ଦିବ୍ୟାଙ୍ଗ,ବାସହୀନ ତଥା ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିତରଣ ପାଇଁ ଖାଦ୍ୟ, ବସ୍ତ୍ର, ପାନୀୟ ତଥା ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରଞ୍ଜନ ଫାଉଣ୍ଡେସନକୁ ହସ୍ତାନ୍ତର କରାଯାଇଛି ।

 

ଉତ୍ସବରେ ଉପସ୍ଥିତ ଫାଉଣ୍ଡେସନର ସଭାପତି ଶ୍ରୀ ତାପସ ରଞ୍ଜନ ମଲ୍ଲିକ ଏବଂ ଉପଦେଷ୍ଟା ଶ୍ରୀ ଶୁଭଜିତ ପଣ୍ଡା ସଂଘର ଏହି ନିଆରା ଉଦ୍ୟମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ମିଳିତ ଭାବରେ କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ । ସଂଘ ତରଫରୁ ସାଧାରଣ ସଂପାଦକ ବିଶ୍ବଜିତ ପଟ୍ଟନାୟକ ସଂଘର ଏହି ଦୀର୍ଘ ଯାତ୍ରା ଉପରେ ଆଲୋକପାତ କରିବା ସହ କାଞ୍ଚନ ଫାଉଣ୍ଡେସନକୁ ସାଧୁବାଦ ଜଣାଇଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ, ବିଷ୍ଣୁ ଦାସ, କୁମର ବାରିକ, ଗଦାଧର ପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଶେଷରେ ସଂଘର ସାଂସ୍କୃତିକ ସଂପାଦକ ବଟକୃଷ୍ଣ ପଣ୍ଡା ସଂଘ ତରଫରୁ ଏହି କାର୍ଯ୍ୟକ୍ରମକୁ ଜାରି ରଖିବା ଉପରେ ଗୁରୁତ୍ୱାରୋପ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ଏହି ସାଧୁ ଉଦ୍ୟମକୁ ସବୁ ମହଲରୁ ପ୍ରଶଂସ କରାଯାଇଛି ।

Related News
satta king tw