Top Stories

Search here...

News

୬୨ତମ ପ୍ରତିଷ୍ଠା ଦିବସରେ ନନ୍ଦନକାନର ୬ ବାଘ ଛୁ୍ର୍ରଆଙ୍କର ହେଲା ନାମକରଣ

Posted On - 1 hour ago
Edited By Team BbsrReporters
LAST UPDATED Dec 29, 2021 07:25 PM

 

ଏହି ଅବସରରେ ଏକ ଭାରତୀୟ ବଜ୍ରକାପ୍ତାକୁ ରେଡିଓ ଟ୍ରାନ୍ସମିଟର ଲଗାଇ ହାତୀ ସଫାରୀ ପଛ ବଣରେ ଛଡାଯାଇଛି ।

 

BBSR Reporters

 

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆଜି ଏଠାରେ ଜନ୍ମିତ ୬ଟି ବାଘ ଛୁଆଙ୍କର ନାମକରଣ କରିଛି । ୨୦୨୧ ମାର୍ଚ୍ଚ ୨୮ ତାରିଖରେ ବିଜୟା ଓ ସେଫ୍ଙ୍କ ଔରଷରୁ ଜନ୍ମିତ ୩ ଅଣ୍ଡିରା ଛୁଆଙ୍କ ନାଁ ରକି, ବଂଶୀ ଓ ରାକେଶ ରଖିଥିବା ବେଳେ ମେଘା ଓ ନନ୍ଦନଙ୍କ ଔରଷରୁ ଜନ୍ମିତ ୨ ଅଣ୍ଡିରା ଓ ଏକ ମାଈ ଛୁଆର ନାଁ ବିବେକ, ଅଭୟ ଓ ସୋହିନ ରଖିଛି । ନନ୍ଦନକାନନର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ ନୂଆ  ନାମକରଣ କରାଯାଇଛି ।



ଏହି ଅବସରରେ ଏକ ଭାରତୀୟ ବଜ୍ରକାପ୍ତାକୁ ରେଡିଓ ଟ୍ରାନ୍ସମିଟର ଲଗାଇ ହାତୀ ସଫାରୀ ପଛ ବଣରେ ଛଡାଯାଇଛି । ସମାରୋହରେ ଅତିଥିମାନଙ୍କ ଦ୍ୱାରା ନନ୍ଦନକାନନର ବାର୍ଷିକ ପୁସ୍ତକ, କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଛି । ସେହିପରି ଉଲ୍ଲେଖନୀୟ ସେବା ପାଇଁ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ନନ୍ଦନକାନନର ପ୍ରତିଷ୍ଠା ଦିବସ ଅବସରରେ ପିସିସିଏଫ୍ ତଥା ବନ ବିଭାଗର ମୁଖ୍ୟ ଶିଶିର କୁମାର ରଥ ମୁଖ୍ୟ ଅତିଥି ଥିଲେ । ପିସିସିଏଫ୍ (ବନ୍ୟପ୍ରାଣୀ) ଶଶୀ ପଲ୍ ସମ୍ମାନିତ ଅତିଥି ଥିଲେ ।

Related News
satta king tw